ETV Bharat / sports

ପାକିସ୍ତାନର ପ୍ରସ୍ତାବ: ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ଏସିଆ କପ ଖେଳୁ - ପାକିସ୍ତାନର ୟୁ-ଟର୍ଣ୍ଣ

ଏସିଆ କପ ବିବାଦରେ ପାକିସ୍ତାନର ୟୁ-ଟର୍ଣ୍ଣ । ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ସିଇଓ ୱାସିମ ଖାନ, ଏସିଆନ କ୍ରିକେଟ ପରିଷଦ(ACC) ଚାହିଁଲେ ଭାରତ ଏସିଆ କପ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିପାରିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

PCB open to India's Asia Cup fixtures
ପାକିସ୍ତାନର ପ୍ରସ୍ତାବ
author img

By

Published : Jan 26, 2020, 12:40 PM IST

ହାଇଦ୍ରାବାଦ: ଏସିଆ କପ ବିବାଦରେ ପାକିସ୍ତାନର ୟୁ-ଟର୍ଣ୍ଣ । ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ସିଇଓ ୱାସିମ ଖାନ, ଏସିଆ କପ ବିବାଦରେ ମୁହଁ ଖୋଲିଛନ୍ତି । ପାକିସ୍ତାନରେ ଭାରତ ଏସିଆ କପ ନଖେଳିଲେ, 2021 ଟି-20 ବିଶ୍ବକପରେ ପାକିସ୍ତାନ ଭାଗ ନେବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପାକିସ୍ତାନ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି PCB ସିଇଓ । ଭାରତରେ ଖେଳାଯିବାକୁ ଥିବା 2021 ଟି-20 ବିଶ୍ବକପରେ ପାକିସ୍ତାନ ଖେଳିବ ନାହିଁ କହିନଥିବା ପିସିବି ସିଇଓ ସ୍ପଷ୍ଟ କରିଛନ୍ତି ।

Asia Cup fixtures
ୱାସିମ ଖାନ

ତେବେ ଏସିଆନ କ୍ରିକେଟ ପରିଷଦ(ACC) ଚାହିଁଲେ ଭାରତ ଏସିଆ କପ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିପାରିବ ବୋଲି ୱାସିମ ଖାନ କହିଛନ୍ତି । ତେବେ ଫାଇନାଲକୁ ଉଭୟ ଭାରତ ଓ ପାକିସ୍ତାନ ଉନ୍ନୀତ ହେଲେ ମ୍ୟାଚର ଭେନ୍ୟୁ ନେଇ ଅଡୁଆ ବଢିପାରେ । ପୂର୍ବରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇ ଏସିଆ କପ ଖେଳିବନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ପାକିସ୍ତାନରେ ଏସିଆ କପ ଆୟୋଜନ ନହୋଇ ନ୍ୟୁଟ୍ରାଲ ଭେନ୍ୟୁରେ ହେବାନେଇ ପ୍ରସ୍ତାବ ରଖିଥିଲା । ଏସୀୟ କ୍ରିକେଟ ବୋର୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରୁ ଭାରତ ଓହରିଲେ, ଏହା ଗୁରୁତ୍ବ ହରାଇବ ବୋଲି ବିସିବି ମତ ରଖିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.