ETV Bharat / sports

ବିଶ୍ବକପ: ଶେଷରେ ଦଳ ଘୋଷଣା କଲା ପାକିସ୍ତାନ - team

ସୋମବାର ବିଶ୍ବକପ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 20, 2019, 6:55 PM IST

ଲାହୋର: ସୋମବାର ବିଶ୍ବକପ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ । ସମସ୍ତଙ୍କୁ ଚମକାଇ ନିର୍ଦ୍ଧାରିତ ତାରିଖରର ଦୁଇ ଦିନ ପୂର୍ବରୁ ଦଳ ଘୋଷଣା କରାଯାଇଛି । କାରଣ ଏପ୍ରିଲ 18ତାରିଖରେ ପାକିସ୍ତାନ ଘୋଷଣା କରିଥିବା ସମ୍ଭାବ୍ୟ ଦଳ ସହିତ ମେ 22 ତାରିଖରେ ଚୁଡାନ୍ତ ଦଳ ଘୋଷଣା କରିବା ବୋଲି ସୂଚନା ଦେଇଥିଲା ।

ତେବେ ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପରାଜୟ ପରେ ବିଶ୍ବକପ ଦଳକୁ ସାମ୍ନାକୁ ଆଣିଛି କମିଟି । ଦଳରେ ପେସ ଆଟାକୁ ବଢାଇ ଦିଆଯାଇଛି । ଦଳରେ ଅସୁସ୍ଥ ମହମ୍ମଦ ଅମୀର ଓ ୱାବା ରିଜାଙ୍କୁ ସାମିଲ କରାଯାଇଛି ।

ସୂଚନାଥାଉକି, ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଦଳରେ ସାମିଲ ଥିଲେ ଅମୀର । ଅମୀର ଏବେ ହାଡ଼ପୁଟି ରୋଗରେ ପୀଡିତ ହୋଇ ଇଂଲଣ୍ଡରେ ଚିକିତ୍ସାଧୀନ ଅଛନ୍ତି । ଖରାପ ପ୍ରଦର୍ଶନ ଯୋଗୁ ପ୍ରଥମେ ଅମୀରଙ୍କୁ ବିଶ୍ୱକପରେ ଟିମରୁ ବାଦ୍ ଦିଆଯାଇଥିଲା । ମାତ୍ର ଦଳର ଦୁର୍ବଳ ବୋଲିଂ ଅବସ୍ଥା ଦେଖି ଚୟନକର୍ତ୍ତା ତାଙ୍କୁ ବିଶ୍ବକପ ଦଳରେ ସାମିଲ କରିବା ପାଇଁ ଉଚିତ୍‌ ମନେ କରିଛନ୍ତି । ସେହିପରି ଶେଷ 4ଟି ଦିନିକିଆ ମ୍ୟାଚରେ 300ରୁ ଊର୍ଦ୍ଧ୍ବ ସ୍କୋରକୁ ଡିଫେଣ୍ଡ କରିପାରିନାହାଁନ୍ତି ଦଳର ଟପ୍‌ ବୋଲର ।

ସେହିପରି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ପାକିସ୍ତାନର ଓପନର ଇମାମ୍-ଉଲ-ହକ ଆହତ ହୋଇଥିଲେ । ତାଙ୍କ କହୁଣିରେ ଆଘାତ ଲାଗିବା ଫଳରେ ସେ ଖୁବ ଯନ୍ତ୍ରଣା ଅନୁଭବ କରିଥଲେ । ପରେ ମ୍ୟାଚରେ ସେ ଆଉ ବ୍ୟାଟିଂ କରି ପାରିନଥିଲେ ।

ପାକିସ୍ତାନ ଚୁଡାନ୍ତ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ, ୱିକେଟ କିପର), ଆସିଫ୍ ଅଲୀ, ବାବର ଆଜାମ, ଫକର ଜମାନ୍, ହ୍ୟାରି ସୋହେଲ, ହାସାନ୍ ଅଲୀ, ଇମାଦ ୱାସିମ, ଇମାମ-ଉଲ-ହକ୍, ମହମ୍ମଦ ଅମୀର, ମହମ୍ମଦ ହଫିଜ୍, ମହମ୍ମନ ହସନେନ୍, ଶାଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ଶୋହେବ୍ ମଲିକ୍ ଓ ୱାବ ରିଆଜ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.