ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲର) ମୁଖ୍ୟ ପ୍ରାୟୋଜକ ରେସରେ ଯୋଗ ଗୁରୁ ବାବା ରାମଦେବଙ୍କ ଏଫଏମସିଜି ବ୍ରାଣ୍ଡ୍ ପତଞ୍ଜଳୀ ଆୟୁର୍ବେଦ କମ୍ପାନୀ । ଚାଇନା ମୋବାଇଲ କମ୍ପାନୀ ଭିଭୋକୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପଦରୁ ବିସିସିଆଇ ହଟାଇବା ପରେ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ।
ଚଳିତ ବର୍ଷର ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ପତଞ୍ଜଳୀ ଆଗ୍ରହୀ । ଆଇପିଏଲ ଭଳି ବିଶ୍ବ ବଜାରରେ ପତଞ୍ଜଳୀକୁ ପରିଚିତ କରିବାକୁ ଲକ୍ଷ୍ୟ ରହିଛି । ଏକ ପ୍ରମୁଖ ଖବରକାଗଜ ଗଣମାଧ୍ୟକୁ କହିଛନ୍ତି, ପତଞ୍ଜଳୀର ମୁଖପାତ୍ର ଏସକେ ତିଜାରୱାଲା । ଏଥିସହିତ ବିସିସିଆଇ ନିକଟରେ ପ୍ରାୟୋଜକ ପାଇଁ ପ୍ରସ୍ତାବ ରଖିଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ।
ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ, ଅନେକ ପ୍ରକାର (ଗ୍ରୋସରି) ରୋଷେଇ ସଉଦା ଉପକରଣ, ଟୁଥପେଷ୍ଟ, ମହୁ ଓ ନୁଡୁଲ୍ସ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଏ । ରିପୋର୍ଟ ଅନୁଯାୟୀ ଆନୁଷ୍ଠାନିକ ଭାବେ ବିସିସିଆଇ ନିକଟରେ ପହଞ୍ଚି ପ୍ରାୟୋଜକ ପଦ ପାଇଁ ଇଚ୍ଛା ପ୍ରକାଶ କରିଛି ।
ଦେଶର ଚାଇନା ବିରୋଧୀ ଭାବନାକୁ ସମ୍ମାନ ଓ ଜାତୀୟ ସ୍ବାର୍ଥକୁ ପ୍ରାଥମିକତା ଆଧାରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭିଭୋ ସହ ପ୍ରାୟୋଜକ ସଂପର୍କକୁ ଚଳିତ ବର୍ଷ ସ୍ଥଗିତ ରଖିଛି । ତେବେ ମୁଖ୍ୟ ପ୍ରାୟୋଜକ ରେସ୍ ରେ ପୂର୍ବରୁ ଆମାଜନ, ଟାଟା ଗ୍ରୁପ, ଡିମ 11, ଜିଓ, ଆଦାନି ଓ ବାଇଜୁ ଥିବା ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ