ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା - ପାର୍ଥିବ ପଟେଲଙ୍କ ଅବସର

ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ଅବସର ଘୋଷଣା । ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାର୍ଥିବ । ଅଧିକ ପଢନ୍ତୁ...

ପାର୍ଥିବ ପଟେଲଙ୍କ ଅବସର ଘୋଷଣା
ପାର୍ଥିବ ପଟେଲଙ୍କ ଅବସର ଘୋଷଣା
author img

By

Published : Dec 9, 2020, 12:49 PM IST

ହାଇଦ୍ରାବାଦ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଅବସର ଘୋଷଣା କରିଛନ୍ତି । ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ନେଇଛନ୍ତି । ଏନେଇ ବୁଧବାର ସେ ଟ୍ବିଟ୍‌ କରି ଜଣାଇଛନ୍ତି ।

35 ବର୍ଷୀୟ କ୍ରିକେଟର ପାର୍ଥିବ ପଟେଲ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ 2016 ମସିହାରେ ଖେଳିଥିଲେ । ବାମହାତୀ ବ୍ୟାଟ୍ସମ୍ୟାନ ଜଣଙ୍କ ଭାରତ ପାଇଁ 25ଟି ଟେଷ୍ଟ, 38ଟି ଦିନିକିଆ ଓ ଦୁଇଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛନ୍ତି । ସେହିପରି ସେ ଗୁଜୁରାଟ ପାଇଁ 194ଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍‌ ଖେଳିଛନ୍ତି ।

ପାର୍ଥିବ 18 ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାବେଳେ ମାତ୍ର 17 ବର୍ଷରୁ ହିଁ ସେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଥିଲେ । ଏନେଇ ସେ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।

2002 ମସିହାରେ ସେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ । ଏହି ସମୟରେ ତାଙ୍କୁ 17 ବର୍ଷ 153 ଦିନ ହୋଇଥିବାରୁ ସେ ସବୁଠାରୁ କମ ବୟସର ଟେଷ୍ଟ ୱିକେଟକିପର ହେବାର ଗୌରବ ଅର୍ଜନ କରିଥିଲେ । ତେବେ 2004 ମସିହାରୁ ଦିନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଆଗମନ ପରେ ସେ ଦଳରୁ ପ୍ରାୟତଃ ବାଦ ପଡୁଥିଲେ ।

ତେବେ 2016 ମସିହା ଫେବୃଆରୀରେ ସେ ଧୋନୀଙ୍କ ଆହତ କାରଣରୁ 4 ବର୍ଷ ପରେ ପୁଣି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ । 2016-17ରେ ରଣଜୀ ଟ୍ରଫିରେ ତାଙ୍କର ଧୁଆଁଧାର ବ୍ୟାଟିଂ ପାଇଁ ଦଳ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ଏହି ଟେଷ୍ଟ ମ୍ୟାଚ୍‌ରେ ସେ 54 ବଲରୁ ଅପରାଜିତ 67 ରନ ସଂଗ୍ରହ କରି ଦଳକୁ ବିଜୟ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

ସେହିପରି ସେ ଆଇପିଏଲରେ ମଧ୍ୟ ନିଜର ଦବଦବା ଦେଖାଇଥିଲେ । 2015 ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ପାର୍ଥିବ ସମୁଦାୟ 339 ରନ କରି ଚତୁର୍ଥ ଅଧିକ ରନ କରିଥିବା ପ୍ଲେୟାର ହେବା ସହ ମୁମ୍ବାଇକୁ ଚମ୍ପିୟାନ କରିବାରେ ସହାୟତା କରିଥିଲେ । ଅନ୍ୟପଟେ 2020 ମସିହାରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲୋର ପକ୍ଷରୁ ଆଇପିଏଲ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.