ଲାହୋର: କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ପାକିସ୍ତାନ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିବ । ତେବେ ଗସ୍ତ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଦୁଇଥର ଲେଖାଏଁ କୋଭିଡ-19 ଟେଷ୍ଟ କରାଯିବା ନେଇ ଜଣାପଡିଛି । ଖେଳାଳିଙ୍କ ସହ ସମସ୍ତ ସପୋର୍ଟ ଷ୍ଟାଫଙ୍କର ମଧ୍ୟ ଟେଷ୍ଟ କରାଯିବା ନେଇ ଜଣାପଡିଛି ।

ସୋମବାର ପ୍ରଥମ ଟେଷ୍ଟ ଓ ବୁଧବାର ଦ୍ବିତୀୟ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ଇଂଲଣ୍ଡ ଗସ୍ତ ପାଇଁ ମୁଖ୍ୟ କୋଚ ତଥା ମୁଖ୍ୟ ଚୟନକର୍ତ୍ତା ମିଶବାହ ଉଲ-ହକ 29 ଜଣିଆ ଟିମ ଘୋଷଣା କରିଛନ୍ତି । ତେବେ ପିସିବି ପକ୍ଷରୁ ପରିବାର ସଙ୍ଗେ ଯାତ୍ରାକୁ ଅନୁମତି ପ୍ରଦାନ କରାଯାଇନାହିଁ । ଜୁନ 28ରେ ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେଁ ଇଂଲଣ୍ଡ ଗସ୍ତ କରିବ ପାକିସ୍ତାନ ଟିମ ।