ETV Bharat / sports

ବିଶ୍ବକପ, ଭାରତ-ପାକିସ୍ତାନ ମ୍ୟାଚ: ଅଭିନନ୍ଦନଙ୍କୁ ଟ୍ରୋଲ କଲା ପାକିସ୍ତାନୀ ଟିଭି ଚ୍ୟାନେଲ

ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ପୂର୍ବରୁ ପ୍ରତିଥର ଭଳି ଏଥର ମଧ୍ୟ ଏକ ଲଜ୍ୟାଜନକ କାଣ୍ଡ କରିଛି ପାକିସ୍ତାନ । ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ତାଚ୍ଛଲ୍ୟ କରି ଏକ ବିଜ୍ଞାପନ ଭିଡିଓ ପ୍ରସାରଣ କରିଛି ପାକିସ୍ତାନୀ ଟିଭି ଚ୍ୟାନେଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 12, 2019, 10:55 AM IST

ହାଇଦ୍ରାବାଦ: ଆସନ୍ତା ରବିବାର, ସଣ୍ଡେ ସୁପର ଫାଇଟରେ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ । ଏହା କେବଳ ଏକ ମ୍ୟାଚ ନୁହେଁ, ବରଂ ଏହା ଏକ ମହାଲଢେଇ । ସାରା ବିଶ୍ବ ଅପେକ୍ଷା କରିଛି ଏହି ମ୍ୟାଚ ପାଇଁ । ମାତ୍ର ମ୍ୟାଚ ପୂର୍ବରୁ ପ୍ରତିଥର ଭଳି ଏଥର ମଧ୍ୟ ଏକ ଲଜ୍ୟାଜନକ କାଣ୍ଡ କରିଛି ପାକିସ୍ତାନ । ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ତାଚ୍ଛଲ୍ୟ କରି ଏକ ବିଜ୍ଞାପନ ଭିଡିଓ ପ୍ରସାରଣ କରିଛି ପାକିସ୍ତାନୀ ଟିଭି ଚ୍ୟାନେଲ ।

Abhinandan
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି ଘରୋଇ ଟିଭି ଚ୍ୟାନେଲ ନାମ ହେଲା ଜାଜ୍ ଟିଭି । ଉକ୍ତ ଚ୍ୟାନେଲଟି ଆସନ୍ତା 16ତାରିଖରେ ଭାରତ ପାକିସ୍ତାନ ମ୍ୟାଚର ସିଧା ପ୍ରସାରଣ କରିବ । ତେଣୁ ଏହା ପୂର୍ବରୁ ମ୍ୟାଚର ବିଜ୍ଞାପନ ପାଇଁ ପ୍ରୋମୋ ପ୍ରସାରଣ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ଅଭିନନ୍ଦନଙ୍କ ପରି ନିଶ ରଖିଛି । ତେବେ ଅଭିନନ୍ଦନଙ୍କୁ ଯେପରି ପାକିସ୍ତାନ ଜେରା କରିଥିଲା ଠିକ୍‌ ସେହି ଶୈଳୀରେ ଭିଡିଓକୁ ପ୍ରସ୍ତୁତ କରାଯାଇଛି । ଭିଡିଓଟିରେ ଜଣେ ବ୍ୟକ୍ତି ତାଙ୍କୁ ଅନୁରୂପ ପ୍ରଶ୍ନ କରୁଛି । ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସମ୍ପର୍କରେ ଏହି ପ୍ରଶ୍ନ କରାଯାଉଛି ।

ଅନ୍ୟପଟେ ନକଲି ଅଭିନନ୍ଦନଙ୍କ ହାତରେ ଚା କପ୍‌ ଧରିବା ସହ ଭାରତୀୟ ଜର୍ସି ପିନ୍ଧିଛନ୍ତି । ତାଙ୍କୁ ପ୍ରଥମେ ପଚରା ଯାଉଛି ଯେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କେଉଁମାନେ ସାମିଲ ହେବେ ? ୱିଙ୍ଗ କମାଣ୍ଡର ଅଭିନନ୍ଦନ ଯେମିତି ଉତ୍ତର ଦେଇଥିଲେ, ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ସମାନ ଢଙ୍ଗରେ ଉତ୍ତର ଦେଇଛନ୍ତି। ସେ କହୁଛନ୍ତି, "ଆଇ ଆମ୍‌ ନଟ୍‌ ସପୋଜଡ୍‌ ଟୁ ଟେଲ୍‌ ଦିସ୍‌, ଅର୍ଥାତ ମୁଁ ଏହା ଆପଣଙ୍କୁ କହିବାକୁ ବାଧ୍ୟ ନୁହେଁ ।" ସେହିପରି 33 ସେକେଣ୍ଡର ଭିଡିଓଟିରେ ଭାରତ ବିଶ୍ବକପକୁ ଲୁଚାଇ ନେଇଯାଉଛି ବୋଲି ମଧ୍ୟ ତାଚ୍ଛଲ୍ୟ କରାଯାଇଛି ।
ଭିଡିଓ ସୌଜନ୍ୟ- ଟ୍ବିଟର @ajaynewsman

ଅନ୍ୟପଟେ ପାକିସ୍ତାନର ଏହି ଲଜ୍ୟାଜନକ କାମକୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି କ୍ରିକେଟ ପ୍ରେମୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି । ଭାରତ କେବେ କ୍ରିକେଟ ମ୍ୟାଚ ପାଇଁ ପାକିସ୍ତାନର ଜାତୀୟତାକୁ ଟ୍ରୋଲ କରି ନାହିଁ । ମାତ୍ର ପାକିସ୍ତାନ ଏପରି କରିବା କେତେ ଯୁକ୍ତିଯୁକ୍ତ ଦର୍ଶାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.