ETV Bharat / sports

ମାଞ୍ଚେଷ୍ଟର ଟି-20: ଇଂଲଣ୍ଡ ସାମ୍ନାରେ 196 ରନର ବିଜୟ ଲକ୍ଷ୍ୟ

author img

By

Published : Aug 30, 2020, 9:08 PM IST

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-20ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 195 ରନ କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 196 ରନର ବିଜୟ ଲକ୍ଷ୍ୟ ରହିଛି ।

Pakistan set England a target of 196 to win Second T20
ମାଞ୍ଚେଷ୍ଟର ଟି-20: ଇଂଲଣ୍ଡ ସାମ୍ନାରେ 196 ରନର ବିଜୟ ଲକ୍ଷ୍ୟ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-20ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 195 ରନ କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 196 ରନର ବିଜୟ ଲକ୍ଷ୍ୟ ରହିଛି ।

ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ ସର୍ବାଧିକ 36 ବଲରୁ 69 ରନର ଇଂନିସ ଖେଳିଛନ୍ତି । ହାଫିଜଙ୍କ ଏହି ଇଂନିସରେ 5 ଚୌକା ଓ 6 ଛକା ସାମିଲ ରହିଛି । କ୍ୟାପଟେନ ବାବାର ଆଜମ 44 ବଲରୁ 7 ଚୌକା ସହାୟତାରେ 56 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫକର ଜମନ 22 ବଲରୁ ଦ୍ରୁତ 36 ରନ କରିଛନ୍ତି ।

ଇଂଲଣ୍ଡ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ସ୍ପିନର ଆଦିଲ ରସିଦ 2ଟି ଓ ଟମ କରନ-କ୍ରିସ ଜୋର୍ଡାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.