ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ । ଯେଉଁଥିପାଇଁ ପାକିସ୍ତାନ ପେସର ନସୀମ ଶାହା ଭାରତ ଅଧିନାୟକଙ୍କୁ ସାମ୍ନା କରିବାକୁ ଆଗ୍ରହୀ ଅଛନ୍ତି । 10 ଫେବୃଆରୀ 2020ରେ, ପାକିସ୍ତାନୀ ଯୁବ ଖେଳାଳି ଏକବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ । ସେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ ଏବଂ 16 ବର୍ଷ 359 ଦିନ ବୟସରେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେଇଥିବା ସର୍ବ କନିଷ୍ଠ ବୋଲର ହୋଇଥିଲେ । ତେବେ ବର୍ତ୍ତମାନ, ଲାଗୁଛି ଯେ ପାକିସ୍ତାନୀ ଯୁବକ ନିଜ କ୍ୟାରିଅରର ଆରମ୍ଭରେ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଅପେକ୍ଷା କରିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ଶାହା ତାଙ୍କ କ୍ୟାରିୟର ବିଷୟରେ କହିଥିଲେ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଖେଳିବାକୁ ସେ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି । ଷ୍ଟାଡିୟମ ଚାରିପାଖରେ ଅନେକ ଭାବନା ସହିତ ସାଧାରଣତଃ ଭାରତ-ପାକିସ୍ତାନ ମ୍ୟାଚ ହୋଇଥାଏ । ଶାହା କହିଛନ୍ତି ଯେ ଯଦିଓ ସେ କୋହଲିଙ୍କୁ ସମ୍ମାନ କରନ୍ତି, କିନ୍ତୁ ସେ ତାଙ୍କୁ ଭୟ କରନ୍ତି ନାହିଁ।
“ହଁ ନିଶ୍ଚିତ। ଭାରତ ବନାମ ପାକିସ୍ତାନ ମ୍ୟାଚ ସର୍ବଦା ସ୍ବତନ୍ତ୍ର ଏବଂ ମତେ ପୂର୍ବରୁ କୁହାଯାଇଛି ଯେ ସେହି ମ୍ୟାଚରେ ଖେଳାଳିମାନେ ହିରୋ ଏବଂ ଭିଲେନ ହୋଇପାରିବେ। ସେଗୁଡିକ ବିରଳ ମ୍ୟାଚ ଓ କ୍ବଚିତ ଘଟେ ଏବଂ ହଁ, ଯେତେବେଳେ ବି ସୁଯୋଗ ଆସିବ ମୁଁ ମୁଁ ଭାରତ ବିପକ୍ଷରେ ଖେଳିବାକୁ ଅପେକ୍ଷା କରିଛି’’ ବୋଲି ଶାହା କହିଛନ୍ତି।
“ମୁଁ ଆଶା କରୁଛି ଯେ ଯେତେବେଳେ ସେହି ସୁଯୋଗ ଆସିବ ମୁଁ ଭାରତ ବିପକ୍ଷରେ ଭଲ ବୋଲିଂ କରିପାରିବି ଏବଂ ଆମ ପ୍ରଶଂସକଙ୍କୁ ହତାଶ କରିବି ନାହିଁ । ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ, ମୁଁ ତାଙ୍କୁ ସମ୍ମାନ କରେ କିନ୍ତୁ ତାଙ୍କୁ ଭୟ କର ନାହିଁ।”
“ସର୍ବଦା ଶ୍ରେଷ୍ଠ ବୋଲିଂ କରିବା ଏକ ଚ୍ୟାଲେଞ୍ଜ, କିନ୍ତୁ ସେଠାରେ ଆପଣଙ୍କୁ ନିଜ ଖେଳରେ ପରିବର୍ତ୍ତନ କରିବାକୁ ପଡିବ । ଯେତେବେଳେ ବି ସେହି ସୁଯୋଗ ଆସିବ ମୁଁ ବିରାଟ କୋହଲି ଏବଂ ଭାରତ ବିପକ୍ଷରେ ଖେଳିବାକୁ ଅପେକ୍ଷା କରିଛି,’’ ବୋଲି ସେ କହିଛନ୍ତି।