ETV Bharat / sports

ଆଫ୍ରିଦିଙ୍କ 'ଗେମ୍‌ ଚେଞ୍ଜର'କୁ ନେଇ ସୋସିଆଲ ମିଡିଆରେ ଝଡ଼ - game changer

ନିଜ ଲିଖିତ ବହି 'ଗେମ୍‌ ଚେଞ୍ଜର'କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ସହ ବହୁ ପୂର୍ବତନ କ୍ରିକେଟର ଆଫ୍ରିଦିଙ୍କୁ ନିନ୍ଦା କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 8, 2019, 1:24 AM IST

ଇସ୍‌ଲାମାବାଦ: ନିଜର ଫାଇଦା ପାଇଁ ସେ ଅନେକଙ୍କ କ୍ୟାରିୟର ବରବାଦ କରିଛନ୍ତି । ତେବେ ଆଫ୍ରିଦିଙ୍କର ଏମିତି କିଛି ଅକୁହା କଥା ଏବେ ସାମ୍ନାକୁ ଆସିଛି । ନିଜ ଲିଖିତ ବହି 'ଗେମ୍‌ ଚେଞ୍ଜର'କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ସହ ବହୁ ପୂର୍ବତନ କ୍ରିକେଟର ତାଙ୍କୁ ନିନ୍ଦା କରିଛନ୍ତି ।

ସୂଚନାଥାଉ କି, ଗତ କିଛି ଦିନ ହେବ ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ଏହି ବହିକୁ ନେଇ ବିବାଦ ଚାଲିଥିଲା । ମାତ୍ର ଏବେ ଏଥିରେ ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଇମ୍ରାନ୍‌ ଫରାହତ ସାମିଲ ହୋଇଛନ୍ତି । ସେ କିଛି ଟ୍ବିଟ କରି ଆଫ୍ରିଦିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି 'ଆଫ୍ରିଦି ବହିରେ ଲେଖିଥିବା କିଛି କଥା ମିଛ । ଏହା କେବଳ ନିଜ ଫାଇଦା ପାଇଁ ସେ ଲେଖିଛନ୍ତି' ।

Pakistan
ଫଟୋ ସୌଜନ୍ୟ- ଟ୍ବିଟର @imranfarhat1982

ଇମ୍ରାନ୍‌ କହିଛନ୍ତି, " ମୁଁ ଆଶ୍ଚର୍ଯ୍ୟ ଯେ ନିଜ ବୟସ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ସମସ୍ତଙ୍କୁ ମିଛ କହି ଆସୁଥିଲେ, ସେ ଏବେ ନିଜ ଚରିତ୍ର ସମ୍ପର୍କରେ କ୍ଲିନଚିଟ୍ ଦେଉଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟରଙ୍କ ସମ୍ପର୍କରେ ଲେଖିଥିବା କଥା ସବୁ ମିଛ । ଆଫ୍ରିଦିଙ୍କ ତଥାକଥିତ ବହି ସମ୍ପର୍କରେ ଶୁଣି ଲାଜ ଲାଗୁଛି । "

ଇମ୍ରାନ ପୁଣି ଲେଖିଛନ୍ତି, "ସେ ନିଜର ଫାଇଦା ପାଇଁ କିଛି କିମ୍ବଦନ୍ତୀ କ୍ରିକେଟରଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଅନେକ ପାକିସ୍ତାନୀ କ୍ରିକେଟରଙ୍କ କ୍ୟାରିୟରକୁ ବରବାଦ ବି କରିଛନ୍ତି'।

ପାକିସ୍ତାନ ପକ୍ଷରୁ ୪୦ଟି ଟେଷ୍ଟ ଓ ୫୮ଟି ଦିନିକିଆ ଖେଳିଥିବା ଇମ୍ରାନ୍‌ ସମସ୍ତ କ୍ରିକେଟ୍‌ରଙ୍କୁ ଆଫ୍ରିଦି କହିଥିବା ମିଛର ପର୍ଦ୍ଦାଫାସ କରିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଆଫ୍ରିଦିଙ୍କ ବହି ଉପରେ ରୋକ ଲଗାଇବାକୁ ପାକିସ୍ତାନର ଏକ କୋର୍ଟରେ ଆବେଦନ ମଧ୍ୟ କରାଯାଇଛି ।

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.