ଇସଲାମାବାଦ: ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କଲା ପାକିସ୍ତାନ କ୍ରିକେଟ ବୋର୍ଡ। ଦଳରେ ମୋଟ 17 ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ ଜାନୁଆରୀ 26 ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। କରାଚିର ନ୍ୟାଶନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।
ଦ୍ବିତୀୟ ଟେଷ୍ଟ ପାଇଁ ଅବଦୁଲା ଶଫିକ, କାମରାନ ଗୁଲାମ ଓ ସଲମାନ ଅଲିଙ୍କୁ ଦଳରୁ ବାଦ ଦିଆଯାଇଛି। ତେବେ ଏହି 3ଜଣ ପାକିସ୍ତାନର ସମ୍ଭାବିତ ଟେଷ୍ଟ ଦଳରେ ସାମିଲ ଥିଲେ।
ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯିବ। ଏହି ମ୍ୟାଚ ଫେବ୍ରୁଆରୀ 4ରୁ ଆରମ୍ଭ ହୋଇ 8 ତାରିଖ ଯାଏଁ ଚାଲିବ। ଏହାପରେ ଦୁଇ ଦେଶ ମଧ୍ୟରେ ଏକ 3 ଟିକିଆ ଟି-20 ସିରିଜ ଖେଳାଯିବ। ଟି-20ର ସମସ୍ତ ସିରିଜ ଲାହୋରେ ହିଁ ଖେଳାଯିବାକୁ ଚୂଡ଼ନ୍ତ ନିଷ୍ପତ୍ତି ହୋଇଛି।
2007 ମସିହାରେ ପାକିସ୍ତାନରେ ଶେଷ ଥର ପାଇଁ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ସିରିଜ ହୋଇଥିଲା। ଏହି ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା 1-0ରେ ବିଜୟୀ ହୋଇଥିଲା। 14 ବର୍ଷ ପରେ ପାକିସ୍ତାନ ମାଟିରେ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ ହେବାକୁ ଯାଉଛି। ଏହି ସିରିଜକୁ ନେଇ ଫ୍ୟାନମାନେ ଉତ୍ସାହିତ ରହିଛନ୍ତି।
ପାକିସ୍ତାନ ଟେଷ୍ଟ ଦଳ :
ଆବିଦ ଅଲ୍ଲୀ, ଇମରାନ ବଟ୍ଟ, ଅଜହର ଅଲ୍ଲୀ, ବାବର ଆଜମ(ଅଧିନାୟକ), ଫୱାଦ ଆଲମ, ସଉଦ ଶକିଳ, ଫହିମ ଅଶରଫ, ମୋହମ୍ମଦ ନୱାଜ, ମୋହମ୍ମଦ ରିଜୱାନ, ସରଫରାଜ ଅହମ୍ମଦ, ନୌମାନ ଅଲ୍ଲୀ, ସାଜିଦ ଖାନ, ୟାସିର ଶାହ, ହାରିସ ରୌଫ, ହାସନ ଅଲ୍ଲୀ, ଶାହିନ ଶାହ ଆଫ୍ରିଦି ଓ ତବିଶ ଖାନ।
@ians