ETV Bharat / sports

ଆହତ ଆଶଙ୍କା, ପେସ ବୋଲର ଯତ୍ନବାନ ହେବାକୁ ପଠାନଙ୍କ ପରାମର୍ଶ - ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ

କୋରୋନା ଭାଇରସ ବ୍ରେକ ପରେ ଫିଲ୍ଡକୁ ଫେରୁଥିବା ପେସ ବୋଲର ଅଧିକ ଯତ୍ନବାନ ହେବା ଉଚିତ । ଏହା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ଇରଫାନ ପଠାନ ।

Pacer will have to be extra careful after long break, says Irfan
ଆହତ ଆଶଙ୍କା, ପେସ ବୋଲର ଯତ୍ନବାନ ହେବାକୁ ପଠାନଙ୍କ ପରାମର୍ଶ
author img

By

Published : Jul 19, 2020, 4:03 PM IST

ମୁମ୍ବାଇ: କୋରୋନା ଭାଇରସ ବ୍ରେକ ପରେ ଫିଲ୍ଡକୁ ଫେରୁଥିବା ପେସ ବୋଲର ଅଧିକ ଯତ୍ନବାନ ହେବା ଉଚିତ । ଏହା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ଇରଫାନ ପଠାନ ।

ଅନ୍ତର୍ଜାତୀୟ କ୍ରିକେଟ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ଆରମ୍ଭ ହୋଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଥିଲା ।

ପଠାନଙ୍କ ଅନୁଯାୟୀ, ଲମ୍ବା ବିରତି ପରେ ଅଭ୍ୟାସକୁ ଫେରୁଥିବା ପେସ୍ ବୋଲର ଆହତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଯତ୍ନବାନ ହେବା ସହ, ଅଭ୍ୟାସ ଆରମ୍ଭରୁ ଯତ୍ନବାନ ହେବା ଉଚିତ ବୋଲି ସେ କହିଛନ୍ତି । ଘଣ୍ଟାପ୍ରତି 140ରୁ 150 କିଲୋମିଟର ବେଗରେ ବୋଲିଂ କରୁଥିବା ବୋଲରଙ୍କୁ ପୁରୁଣା ଲୟକୁ ଫେରିବାକୁ ସମୟ ଲାଗିପାରେ । ପର୍ଯ୍ୟପ୍ତ ଅଭ୍ୟାସ ନଥିବାରୁ ଶରୀର ମଧ୍ୟ ଅନୁରୁପ ସାଥ ଦେଇନପାରେ ବୋଲି ଆଶଙ୍କା କରିଛନ୍ତି ଭେଟେରାନ ଅଲରାଉଣ୍ଡର ଇରଫାନ ପଠାନ ।

ପେସ୍ ବୋଲରଙ୍କୁ ଅତିରିକ୍ତ ଚାପ ଦିଆଯାଉନଥିବା ମଧ୍ୟ ଚଳିତ ଇଂଲଣ୍ଡ ଓ ଇଣ୍ଡିଜ ସିରିଜରେ ଦେଖାଯାଇଛି । ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜେମ୍ସ ଆଣ୍ଡରସନଙ୍କୁ ଚୟନ କରିବା ପରେ ଦ୍ବିତୀୟ ଟେଷ୍ଟରେ ବିଶ୍ରାମ ସହ ଷ୍ଟୁଆର୍ଟ ବ୍ରଡଙ୍କୁ ସାମିଲ କରିଛି । ଅର୍ଥାତ ସମସ୍ତ ଖେଳାଳିଙ୍କୁ ଆରମ୍ଭରୁ ଅଳ୍ପ ସୁଯୋଗ ସହ ପ୍ରସ୍ତୁତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.