ETV Bharat / sports

କୋରୋନା କବଳରୁ ନ୍ୟୁଜିଲାଣ୍ଡ ମୁକ୍ତ, ଦେଶବାସୀଙ୍କୁ ନିସାମଙ୍କ ଶୁଭେଚ୍ଛା - ଦେଶବାସୀଙ୍କୁ ନିସାମଙ୍କ ଶୁଭେଚ୍ଛା

କୋରୋନା ଭାଇରସ କବଳରୁ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଏହାପରେ କ୍ରିକେଟର ଜେମ୍ସ ନିସାମ ଦେଶବାସୀଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।

Once again great Kiwi attributes, says Neesam as New Zealand becomes COVID-19 free
କୋରୋନା କବଳରୁ ନ୍ୟୁଜିଲାଣ୍ଡ ମୁକ୍ତ, ଦେଶବାସୀଙ୍କୁ ନିସାମଙ୍କ ଶୁଭେଚ୍ଛା
author img

By

Published : Jun 8, 2020, 3:45 PM IST

ୱେଲିଂଟନ: କୋରୋନା ଭାଇରସ କବଳରୁ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଶେଷ କୋରୋନା ପଜିଟିଭ ସୁସ୍ଥ ହେବାପରେ କୋରୋନା ମୁକ୍ତ ହୋଇଛି ନ୍ୟୁଜିଲାଣ୍ଡ । ଏହାପରେ କ୍ରିକେଟର ଜେମ୍ସ ନିସାମ ଦେଶବାସୀଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ସୁଦ୍ଧା ନ୍ୟୁଜିଲାଣ୍ଡରେ କୌଣସି ଆକ୍ଟିଭ କୋଭିଡ-19 କେସ ନାହିଁ ।

Once again great Kiwi attributes, says Neesam as New Zealand becomes COVID-19 free
କୋରୋନା କବଳରୁ ନ୍ୟୁଜିଲାଣ୍ଡ ମୁକ୍ତ, ଦେଶବାସୀଙ୍କୁ ନିସାମଙ୍କ ଶୁଭେଚ୍ଛା

ସମଗ୍ର ଦେଶବାସୀ ଯୋଜନାବଦ୍ଧ ଭାବେ ଦୃଢତାର ସହ ଏକତ୍ର ଲଢି ବିଜୟୀ ହୋଇଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି ନିସାମ ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଆଜି(ସୋମବାର) ମଧ୍ୟରାତ୍ରରୁ ନ୍ୟୁଜିଲାଣ୍ଡରେ ଜୀବନ ପୂର୍ବପରି ସ୍ବାଭାବିକ ହେବବୋଲି ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଲେଭଲ-1 ଘୋଷଣା କରିଛନ୍ତି । ଅର୍ଥାତ କ୍ରୀଡା ସମେତ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ପୂର୍ବପରି ଅନୁଷ୍ଠିତ ହୋଇପାରିବ । ଏଥିପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.