ନୂଆଦିଲ୍ଲୀ: କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ କ୍ରୀଡା ଉପରେ ପ୍ରଭାବ ଜାରି ରଖିଛି । ଫଳରେ ଛୋଟରୁ ବଡ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ଗୋଟେ ଅର୍ଥରେ କହିବାକୁ ଗଲେ କ୍ରୀଡା ଜଗତ ଏବେ ଯେମିତ ସ୍ତବ୍ଧ ପଡିଯାଇଛି । ତେବେ କ୍ରୀଡା ଦୁନିଆ ସହିତ ଆପଣଙ୍କୁ ଯୋଡି ରଖିବା ପାଇଁ ଇତିହାସର ସେହି ପୃଷ୍ଟାକୁ ପୁଣିଥରେ ଉଦଜୀବିତ କରିବାକୁ ଆମର ଏହି ପ୍ରୟାସ ।
![on-this-day-virat-kohlis-magnificent-knock-took-india-to-2016-wt20-semi-finals](https://etvbharatimages.akamaized.net/etvbharat/prod-images/6564063_abcas.jpg)
ସେଦିନ ଥିଲା, ମାର୍ଚ୍ଚ 27, 2016 । ଟି -20 ବିଶ୍ବକପର ସେମିଫାଇନାଲରେ ଭାରତକୁ ପହଞ୍ଚାଇବା ପାଇଁ ବିରାଟ କୋହଲି ଖେଳିଥିଲେ ଟି-20ର ଉଲ୍ଲେଖନୀୟ ପାଳି । ମୋହଲିରେ ଅନୁଷ୍ଠିତ ନକ୍ ଆଉଟ୍ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର 51 ବଲରୁ କୋହଲି 82 ରନର ପାଳି ଖେଳିଥିଲେ ବିରାଟ । 161ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ପାଇଁ ଚତୁର୍ଥ ଓଭରରେ ବ୍ୟାଟିଂ ଆସିଥିଲେ କୋହଲି । କାରଣ 6 ଓଭରରେ ଭାରତୀୟ ସ୍କୋରଥିଲା 37/2 । ଶିଖର ଧାୱନ (13) ଙ୍କୁ ସେନ ୱାଟସନ ପାଭିଲିଅନ ପଠାଯାଇଥିବା ବେଳେ ରୋହିତ ଶର୍ମା (12) ରନ କରି ଆଉଟ ହୋଇଥିଲେ ।
-
#OnThisDay in 2016, Virat Kohli did this 👇 🤯 pic.twitter.com/rc5dxTDSjp
— ICC (@ICC) March 27, 2020 " class="align-text-top noRightClick twitterSection" data="
">#OnThisDay in 2016, Virat Kohli did this 👇 🤯 pic.twitter.com/rc5dxTDSjp
— ICC (@ICC) March 27, 2020#OnThisDay in 2016, Virat Kohli did this 👇 🤯 pic.twitter.com/rc5dxTDSjp
— ICC (@ICC) March 27, 2020
ତେବେ 4ର୍ଥ ୱିକେଟ ଯୋଡିରେ ଯୁବରାଜ ସିଂ ଓ କୋହଲି 45 ରନର ପାଳି ଖେଳିଥିଲେ । ଅନ୍ତିମ 5 ଓଭରରୁ ଭାରତକୁ 59 ରନ୍ ଆବଶ୍ୟକ କରୁଥିବା ବେଳେ କୋହଲି ନିଜର ଆକ୍ରମକ ରୂପ ଦେଖାଇଥିଲେ । ମେନ ଇନ୍ ବ୍ଲୁକୁ ଶେଷ ଦୁଇ ଓଭରରୁ 20 ରନ୍ ଆବଶ୍ୟକ ହେଉଥିବା ବେଳେ ଡେଥ ଓଭରରେ ନାଥନ କୁଲଟର-ନାଇଲଙ୍କୁ 16ରନ ପ୍ରହାର ଦେଇଥିଲେ ବିରାଟ । ତେବେ ବିଜୟୀ ସର୍ଟ ଅଧିନାୟକ ଏମଏସ ଧୋନି ଖେଳିଥିଲେ । ଭାରତ 6 ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲା ।
ମାତ୍ର ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେମିଫାଇନାଲରେ ଭାରତକୁ ହରାଇବାକୁ ପଡିଥିଲା । ଇଡେନ୍ ଗାର୍ଡେନ୍ସ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି କାରିବିଆନ୍ ଦଳ ନିଜର ଦ୍ବିତୀୟ ଟି -20 ବିଶ୍ବକପ୍ ଟାଇଟଲ୍ ହାତେଇଥିଲା ।