ETV Bharat / sports

ଆଜିର ଦିନରେ ଦିନିକିଆରେ 10 ହଜାର ରନ ପୂରଣ କରିଥିଲେ ସଚିନ - ସଚିନ ତେନ୍ଦୁଲକର ଦିନିକିଆରେ 10 ହଜାର ରନ

20 ବର୍ଷ ପୂର୍ବେ ଆଜିର ଦିନରେ ଏକ ମାଇଲଷ୍ଟୋନ ଛୁଇଁଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଦିନିକିଆ କ୍ରିକେଟରେ ବିଶ୍ବର ପ୍ରଥମ ବ୍ୟାଟସମ୍ୟାନ ଭାବରେ 10 ହଜାର ରନ ପୂରଣ କରିଥିଲେ ଏହି କ୍ରିକେଟ କିମ୍ବଦନ୍ତୀ। ଅଧିକ ପଢ଼ନ୍ତୁ...

ଆଜିର ଦିନରେ ଦିନିକିଆରେ 10 ହଜାର ରନ ପୂରଣ କରିଥିଲେ ସଚିନ

author img

By

Published : Mar 31, 2021, 4:56 PM IST

ନୁଆଦିଲ୍ଲୀ: 20 ବର୍ଷ ପୂର୍ବେ ଆଜିର ଦିନରେ ଏକ ମାଇଲଷ୍ଟୋନ ଛୁଇଁଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଦିନିକିଆ କ୍ରିକେଟରେ ବିଶ୍ବର ପ୍ରଥମ ବ୍ୟାଟସମ୍ୟାନ ଭାବରେ 10 ହଜାର ରନ ପୂରଣ କରିଥିଲେ ଏହି କ୍ରିକେଟ କିମ୍ବଦନ୍ତୀ। 2001 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଏହି ରେକର୍ଡ ହାସଲ କରିବାକୁ ସକ୍ଷମ ହୋଇଥିଲେ।

ମଧ୍ୟପ୍ରଦେଶ ଇନ୍ଦୋରର ନେହୁରୁ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ। ଏହି ମ୍ୟାଚରେ ଭିଭିଏସ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ 199 ରନ ଭାଗିଦାରୀ ହୋଇଥିଲା। ସଚିନ ତେନ୍ଦୁଲକର 125 ବଲରୁ 19ଟି ଚୌକା ସହ 139 କରିଥିଲେ। ସେପଟେ ଭିଭିଏସ ଲକ୍ଷ୍ମଣ 83ଟି ବଲରୁ 88 ରନ କରିଥିଲେ। ଭାରତ 305 ଟାର୍ଗେଟ ଦେଇଥିବାବେଳେ ଅଷ୍ଟ୍ରେଲିଆ କେବଳ 181 ରନରେ ଅଲ ଆଉଟ ହୋଇଯାଇଥିଲା।

ଭାରତ 118 ରନରେ ଏହି ମ୍ୟାଚ ବିଜୟୀ ହୋଇ ପାରିଥିଲା। ସଚିନ ତେନ୍ଦୁଲକର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିବା ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ଦିନିକିଆରେ 18 ହଜାର 426 ରନ କରିଥିବା ବେଳେ ଟେଷ୍ଟରେ 15 ହଜାର 921 ରନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ 34 ହଜାର 357 ରନ କରିଛନ୍ତି। ତାଙ୍କ ପଛକୁ ଶ୍ରୀଲଙ୍କା ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ରହିଛନ୍ତି।

ଦିନିକିଆରେ 51ଟି ଶତକ କରିଛନ୍ତି ସଚିନ ତେନ୍ଦୁଲକର। ଏହାସହ ଟେଷ୍ଟ ମ୍ୟାଚରେ 49ଟି ଶତକ କରିଛନ୍ତି। ନଭେମ୍ବର 16 2013 ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.