ETV Bharat / sports

ଆଜି ଦିନରେ ଧୋନି ରଚିଥିଲେ ଇତିହାସ, ଭାରତ ଜିତିଥିଲା ଚମ୍ପିଆନ୍ସ ଟ୍ରଫି - ମହେନ୍ଦ୍ର ସିଂହ ଧୋନି

ବର୍ଷ 2013 ଆଜିର ଦିନରେ(ଜୁନ 23) ଆଇସିସି ଚମ୍ପିଆନ୍ସ ଟ୍ରଫି ଟାଇଟେଲ ବିଜେତା ହୋଇଥିଲା ଟିମ ଇଣ୍ଡିଆ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ, 2011 ଦିନିକିଆ ବିଶ୍ବକପ ଟ୍ରଫି ବିଜୟର ମାତ୍ର 2ବର୍ଷ ପରେ ଆଉ ଏକ ଆଇସିସି ଟ୍ରଫି ହାତେଇଥିଲା ମେନ୍ ଇନ ବ୍ଳୁ ।

On this day: MS Dhoni's Team India beat England to win Champions Trophy 2013
ଆଜି ଦିନରେ ଧୋନି ରଚିଥିଲେ ଇତିହାସ, ଭାରତ ଜିତିଥିଲା ଚମ୍ପିଆନ୍ସ ଟ୍ରଫି
author img

By

Published : Jun 23, 2020, 4:27 PM IST

ହାଇଦ୍ରାବାଦ: ବର୍ଷ 2013 ଆଜିର ଦିନରେ(ଜୁନ 23) ଆଇସିସି ଚମ୍ପିଆନ୍ସ ଟ୍ରଫି ଟାଇଟେଲ ବିଜେତା ହୋଇଥିଲା ଟିମ ଇଣ୍ଡିଆ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ, 2011 ଦିନିକିଆ ବିଶ୍ବକପ ଟ୍ରଫି ବିଜୟର ମାତ୍ର 2ବର୍ଷ ପରେ ଆଉ ଏକ ଆଇସିସି ଟ୍ରଫି ହାତେଇଥିଲା ମେନ୍ ଇନ ବ୍ଳୁ ।

ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ 50 ଓଭର ବିଶିଷ୍ଟ ଥିଲା । ମାତ୍ର ବର୍ଷା ବାଧା ସାଜିବାକୁ ଓଭର ସଂଖ୍ୟା 20କୁ କମାଇ ଦିଆଯାଇଥିଲା । ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଏହାପରେ ଇଂଲିସ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ 20 ଓଭରରେ ଭାରତ 129/7ରେ ସୀମିତ ରହିଥିଲା । ବିରାଟ କୋହଲି ଦଳ ପକ୍ଷରୁ 4 ଚୌକା ଓ ଗୋଟିଏ ଛକା ସହାୟତାରେ, ସର୍ବାଧିକ 34 ବଲରୁ 43 ରନର ଇଂନିସ ଖେଳିଥିଲେ । ଶେଷ ଭାଗରେ ରବିନ୍ଦ୍ର ଜାଡେଜା 25 ବଲରେ 33 ରନର ଇଂନିସ ଖେଳି ଭାରତର ସ୍କୋର ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ରବି ବୋପାରା 3ଟି ୱିକେଟ ଅକ୍ତିଆର କରିଥିଲେ ।

ଏହାପରେ 130 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିଲା ଇଂଲଣ୍ଡ । ମାତ୍ର 46 ରନରେ 4ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ଆଲିଷ୍ଟର କୁକ (2), ଜୋନାଥନ ଟ୍ରଟ (20), ଇଆନ ବେଲ (13) ଓ ଜୋ ରୁଟ ମାତ୍ର (7)ରନ କରି ଆଉଟ ହୋଇଥିଲେ । ଏହାପରେ ଇଆନ ମୋର୍ଗାନ ଓ ରବି ବୋପାରା 5ମ ୱିକେଟ ଯୋଡିରେ 64 ରନର ପାର୍ଟନରସିପ କରିଥିଲେ । ତେବେ ବିଜୟ ଟାରୁ ମାତ୍ର 20 ରନ ଦୂରରେ ଥିବାବେଳେ ଇଂଲଣ୍ଡ ମୋର୍ଗାନ (33) ବୋପାରା (30)ଙ୍କୁ ୱିକେଟ ହରାଇଥିଲା । ଇଶାନ୍ତ ଶର୍ମା ଉଭୟ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ । ଏହାପରେ 5 ରନରେ ପରାଜିତ ହୋଇଥିଲା ଇଂଲଣ୍ଡ । ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଇତିହାସରେ 3ଟି ବଡ ଆଇସିସି ଟ୍ରଫି (ଟି-20 ବିଶ୍ବକପ, ଦିନିକିଆ ବିଶ୍ବକପ, ଚମ୍ପିଆନ୍ସ ଟ୍ରଫି)ବିଜେତା କ୍ୟାପଟେନ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.