ମୁମ୍ବାଇ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ବେଶ ସ୍ମରଣୀୟ । 130 କୋଟିରୁ ଅଧିକ ଭାରତୀୟଙ୍କ 28 ବର୍ଷର ଲମ୍ବା ପ୍ରତୀକ୍ଷାର ହୋଇଥିଲା ଅନ୍ତ । ଭାରତକୁ ମିଳିଥିଲା 2ୟ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ । ଏପ୍ରିଲ 2 ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ତତ୍କାଳୀନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଛକା ମାରି ବିଜୟୀ କରାଇଥିଲେ ।
ଖୁସିରେ ଝୁମିଉଠିଥିଲା ସାରା ୱାଙ୍ଖେଡେ ଷ୍ଟାଡିୟମ । ବିଭୋର ହୋଇଥିଲେ କୋଟି କୋଟି ଭାରତୀୟ କ୍ରିକେଟ ପ୍ରେମୀ । ଡ୍ରେସିଂ ରୁମରେ ଆରମ୍ଭ ହୋଇଥିବା ସେଲିବ୍ରେସନ ପଡିଆରେ ପହଞ୍ଚିଥିଲା । ସଚିନଙ୍କୁ କାନ୍ଧରେ ବସାଇ ପଡିଆ ଚାରିପାଖେ ବୁଲିଥିଲେ ଭାରତୀୟ ଖେଳାଳି ।
ଓପନର ଗୌତମ ଗମ୍ଭୀର ଖେଳିଥିଲେ ମ୍ୟାଚ ବିଜୟୀ 97ରନର ଇଂନିସ । କ୍ୟାପଟେନ ମହେନ୍ଦ୍ରେ ସିଂହ ଧୋନି ଅପରାଜିତ 91 ରନର ଇଂନିସ ଖେଳିଥିଲେ । ଶ୍ରୀଲଙ୍କାକୁ ହରାଇ ଦୀର୍ଘ 28 ବର୍ଷ ପରେ ବିଶ୍ବକପ ଚମ୍ପିଆନ ହୋଇଥିଲା ଭାରତ । ଶ୍ରୀଲଙ୍କା ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଅପରାଜିତ 103 ରନର ଶତକୀୟ ଇଂନିସ ଖେଳିଥିଲେ । ଏହି ସ୍ମରଣୀୟ ବିଜୟର ଦିନ ସାଇତା ସତେଜ ସ୍ମୃତି ହୋଇ ଭାରତୀୟ କ୍ରିକେଟରେ ଅଲିଭା ହୋଇ ରହିବ ।