ମୋହାଲି: କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବ କ୍ରୀଡା ଉପରେ ପ୍ରଭାବ ଜାରି ରଖିଛି । ଫଳରେ ଛୋଟରୁ ବଡ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ଗୋଟେ ଅର୍ଥରେ କହିବାକୁ ଗଲେ କ୍ରୀଡା ଜଗତ ଏବେ ଯେମିତି ସ୍ତବ୍ଧ ହୋଇଯାଇଛି । ତେବେ କ୍ରୀଡା ଦୁନିଆ ସହିତ ଆପଣଙ୍କୁ ଯୋଡି ରଖିବା ପାଇଁ ଇତିହାସର ସେହି ପୃଷ୍ଠାକୁ ପୁଣିଥରେ ଉଜ୍ଜୀବିତ କରିବାକୁ ଆମର ଏହି ପ୍ରୟାସ ।

2011 ଆଜିର ଦିନ ଭାରତ ପାଇଁ ଥିଲା ବେଶ ଖାସ ଦିନ ଟିଏ । 2011 ଆଇସିସି କ୍ରିକେଟ ବିଶ୍ବକପ ସେମିଫାଇନାଲର ଦିନ ଥିଲା । ମୋହାଲି ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଏହି ହାଇପ୍ରୋଫାଇଲ ମ୍ୟାଚ ।
ଅନେକ ସ୍ମରଣୀୟ ଘଟଣା ଘଟିଥିଲା ଏହି ମ୍ୟାଚରେ । ପାକିସ୍ତାନି ବୋଲର ୱାହାବ ରିଆଜ ଭାରତର ବ୍ୟାଟିଂ ଲାଇନ ଅପକୁ ଧ୍ବଂସ୍ତ କରିବାକୁ ଧମକ ଦେଇଥିଲେ । ତେବେ ମ୍ୟାଚର ଫଳାଫଳ ଯାଇଥିଲା ଭାରତ ସପକ୍ଷରେ । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟିଂର ମଙ୍ଗ ସମ୍ଭାଳିଥିଲେ । ମ୍ୟାଚ ବିଜୟୀ 85 ରନର ଇଂନିସ ଖେଳି ବିଶ୍ବକପ ଇତିହାସରେ 5ଥର ପାକିସ୍ତାନ ବିପକ୍ଷରେ ଭାରତକୁ ବିଜୟୀ କରାଇଥିଲେ । ତେବେ ପାକିସ୍ତାନ ଖେଳାଳି ସଚିନଙ୍କୁ 5ଥର ଆଉଟ କରିବାର ସୁଯୋଗକୁ ହାତ ଛାଡ କରିଥିଲା ।
ଭାରତ ପ୍ରଥମେ ବ୍ୟାଟିଂ କରି 260 ରନ କରିଥିଲା । 261 ରରନର ବିଜୟ ଲକ୍ଷ୍ୟକୁ ପିଛା କରି ବିଜୟ ଠାରୁ 29 ରନ ପଛରେ ଅଲଆଉଟ ହୋଇଯାଇଥିଲା । ଏହାପରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ହରାଇ 2ୟ ଦିନିକିଆ ବିଶ୍ବକପ ଟାଇଟେଲ ବିଜୟୀ ହୋଇଥିଲା ଭାରତ ।