ETV Bharat / sports

ଭାରତୀୟ କ୍ରିକେଟ ପାଇଁ ସ୍ମରଣୀୟ ଦିନ: ଦୁଇ କିମ୍ବଦନ୍ତୀ କରିଥିଲେ ଟେଷ୍ଟ ଡେବ୍ୟୁ - On this day

ଆଜିକୁ 24 ବର୍ଷ ପୂର୍ବେ ବର୍ଷ 1996 ରେ ଇଂଲଣ୍ଡର ଐତିହାସିକ ଲର୍ଡ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଦୁଇ ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ପ୍ରଥମ ଟେଷ୍ଟ ଖେଳିଥିଲେ । ଏହିଠାରୁ ଲେଖାହୋଇଥିଲା ସ୍ବର୍ଣ୍ଣିମ ଓ ଶକ୍ତିଶାଳୀ ଭାରତୀୟ କ୍ରିକେଟର ସ୍ମରଣୀୟ ଇତିହାସ । ଅଧିକ ପଢନ୍ତୁ...

On this day in 1996: Sourav Ganguly, Rahul Dravid make grand entrance in Test cricket at Lord's
ଆଜି ଦିନରେ ଭାରତୀୟ କ୍ରିକେଟର ଏହି ଦୁଇ ସ୍ତମ୍ଭ କରିଥିଲେ ଟେଷ୍ଟ ପଦାର୍ପଣ
author img

By

Published : Jun 20, 2020, 4:04 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ଜୁନ 20) ବେଶ ସ୍ମରଣୀୟ ଦିନ ହୋଇରହିଛି । ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ କ୍ରିକେଟର ଲମ୍ବା ଫର୍ମାଟରେ ଖେଳିଥିଲେ ପଦାର୍ପଣ ମ୍ୟାଚ ।

On this day in 1996: Sourav Ganguly, Rahul Dravid make grand entrance in Test cricket at Lord's
ସୌରଭ ଗାଙ୍ଗୁଲି -ରାହୁଲ ଦ୍ରାବିଡ

ଆଜିକୁ 24 ବର୍ଷ ପୂର୍ବେ ବର୍ଷ 1996 ରେ ଇଂଲଣ୍ଡର ଐତିହାସିକ ଲର୍ଡ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଦୁଇ ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ପ୍ରଥମ ଟେଷ୍ଟ ଖେଳିଥିଲେ । ଏହିଠାରୁ ଲେଖାହୋଇଥିଲା ସ୍ବର୍ଣ୍ଣିମ ଓ ଶକ୍ତିଶାଳୀ ଭାରତୀୟ କ୍ରିକେଟର ସ୍ମରଣୀୟ ଇତିହାସ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରିଜିତ ହୋଇଥିଲା । ସଞ୍ଜୟ ମଞ୍ଜେରକର ଓ ସୁନୀଲ ଜୋଷୀଙ୍କ ଖରାପ ପ୍ରଦର୍ଶନ ରହିଥିଲା । ଫଳରେ ଉଭୟଙ୍କ ସ୍ଥାନରେ ଗାଙ୍ଗୁଲି ଓ ଦ୍ରାବିଡଙ୍କୁ 2ୟ ଟେଷ୍ଟରେ ଖେଳିବାର ସୁଯୋଗ ମିଳିଥିଲା ।

ତେବେ 2ୟ ଟେଷ୍ଟରେ ମଧ୍ୟ ଭାରତୀୟ ଟପଅର୍ଡର ବ୍ୟାଟ୍ସମ୍ୟାନ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସଂପୂର୍ଣ୍ଣ ଫେଲ ମାରିଥିଲେ । ସ୍ଥିତି ଏପରି ଥିଲା ଯେ, କୌଣସି ବ୍ୟାଟ୍ସମ୍ୟାନ 50 ରନ ଅତିକ୍ରମ କରିପାରିନିଥିଲେ । ମାତ୍ର ଗାଙ୍ଗୁଲି ଗୋଟିଏ ପଟେ ଏକାକି ଶକ୍ତିଶାଳୀ ଇଂଲିସ ବୋଲିଂ ଆଟାକକୁ ସଫଳ ମୁକାବିଲା ଜାରି ରଖିଥିଲେ । ଭାରତର ସ୍କୋର 202/5 ରେ ପହଞ୍ଚିଯାଇଥିଲା । ମାତ୍ର ଗାଙ୍ଗୁଲିଙ୍କ ସହ ବ୍ୟାଟିଂ ପାଇଁ ପହଞ୍ଚିଥିଲେ ରାହୁଲ ଦ୍ରାବିଡ । ଉଭୟ ମିଶି ଷଷ୍ଠ ୱିକେଟ ଯୋଡିରେ 94 ରନର ପାର୍ଟନରସିପ କରିଥିଲେ । ଗାଙ୍ଗୁଲି ଡେବ୍ୟୁ ଟେଷ୍ଟ ମ୍ୟାଚରେ 131 ରନର ଶତକୀୟ ଇଂନିସ ଖେଳିଥିଲେ ।

ଗାଙ୍ଗୁଲିଙ୍ଗ ପରେ ଦ୍ରାବିଡ ମଧ୍ୟ ଘାତକ ଇଂଲିସ ବୋଲିଂ ଆଟାକକୁ ସାମ୍ନା କରିଥିଲେ । ସପ୍ତମ ଓ ଅଷ୍ଟମ ୱିକେଟ ଯୋଡିରେ ଅନିଲ କୁମ୍ବଲେ ଓ ଜଗଭଲ ଶ୍ରୀନାଥଙ୍କ ସହ ମିଶି ଭାରତର ସ୍କୋର 419/9ରେ ପହଞ୍ଚାଇଥିଲେ । ମାତ୍ର 5 ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଦ୍ରାବିଡ ।

ଏହି ଦିନକୁ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମନେପକାଇବା ସହ, ଟ୍ବିଟ ଯୋଗେଁ ଟେଷ୍ଟ ଡେବ୍ୟୁର ଦିନ ବୋଲି ଲେଖିଛନ୍ତି । ଏଥିସହିତ ଏହାକୁ ଶ୍ରେଷ୍ଠ ମୂହୂର୍ତ୍ତ ମଧ୍ୟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.