ETV Bharat / sports

ଜନ୍ମଦିନରେ ଗାଭାସ୍କରଙ୍କ ବଡ ଘୋଷଣା, 35 ଶିଶୁଙ୍କ ହାର୍ଟ ସର୍ଜରୀ ଖର୍ଚ୍ଚ ବହନ କରିବେ - କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର

ଜନ୍ମଦିନରେ 35 ଶିଶୁଙ୍କୁ ଜୀବନ ଉପହାର ଦେଲେ ସୁନୀଲ ଗାଭାସ୍କର । ହାର୍ଟ ସର୍ଜରୀର ସମସ୍ତ ଖର୍ଚ୍ଚ କରିବେ ବହନ । ଅଧିକ ପଢ଼ନ୍ତୁ...

71st birthday, Sunil Gavaskar, Gavaskar to sponsor 35 kids’ heart surgeries, ଜନ୍ମଦିନରେ 35 ଶିଶୁଙ୍କ ହାର୍ଟ ସର୍ଜରୀ, କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର, ଶ୍ରୀ ସତ୍ୟ ସାଇ ସଞ୍ଜୀବନି ହସ୍ପିଟାଲ ଫର ଚାଇଲ୍ଡ
ଜନ୍ମଦିନରେ 35 ଶିଶୁଙ୍କ ହାର୍ଟ ସର୍ଜରୀ ଖର୍ଚ୍ଚ ବହନ କରିବେ ଗାଭାସ୍କର
author img

By

Published : Jul 10, 2020, 8:04 PM IST

ମୁମ୍ବାଇ: ନିଜ 71ତମ ଜନ୍ମଦିନରେ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ମହତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖାରଗର ଠାରେ ଥିବା ଶ୍ରୀ ସତ୍ୟ ସାଇ ସଞ୍ଜୀବନି ହସ୍ପିଟାଲ ଫର ଚାଇଲ୍ଡ କେୟାର ଠାରେ ଚିକିତ୍ସିତ ହୋଉଥିବା 35 ଜଣ ଶିଶୁଙ୍କର ହାର୍ଟ ସର୍ଜରୀର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଗାଭାସ୍କର କହିଛନ୍ତି । ଯେଉଁ ଶିଶୁଙ୍କ ପିତାମାତା ଏହି ଖର୍ଚ୍ଚ ବହନ କରି ପାରିବେ ନାହିଁ ତାଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଗାଭାସ୍କର ।

ଗତ ବର୍ଷ ମଧ୍ୟ ସେ ଏହିପରି ଶିଶୁଙ୍କୁ ସହାଯ୍ୟ କରିଥିଲେ । ତେବେ 35 ଜଣଙ୍କୁ ବାଛିବାର କାରଣ ହେଉଛି ସେ ଭାରତରେ 35ଟି ଶତକ କରିଥିବାରୁ ଏହି ସଂଖ୍ୟା ବାଛିଛନ୍ତି ।

ଜଣେ ଯେକୌଣସି କ୍ଷେତ୍ରରେ ସେବା ପ୍ରଦାନ କରି ପାରିବ କିନ୍ତୁ ଶିଶୁ ମାନଙ୍କର ଭିନ୍ନ ଗୁରୁତ୍ବ ରହିଛି । ସେମାନେ ପ୍ରତ୍ୟକ ପରିବାରର ଖୁସି ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତର ଆଶା ତାଙ୍କ ସହ ଯୋଡ଼ି ହୋଇଥାଏ ବୋଲି ଗାଭାସ୍କର କହିଛନ୍ତି ।

ଏହି କାର୍ଯ୍ୟ ପଛରେ ତାଙ୍କର ପ୍ରେରଣା ବିଷୟରେ ପୂର୍ବତନ କ୍ରିକେଟର କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଜନ୍ମଜାତ ହୃଦ ରୋଗ ଶିଶୁଙ୍କ ଦେହରେ ପ୍ରାୟତଃ ଦେଖା ଦେଇଥାଏ । ଅନେକଙ୍କ ପାଖରେ ବଞ୍ଚିବାର କୌଣସି ପନ୍ଥା ନଥାଏ କାରଣ ସେମାନଙ୍କ ମଧ୍ୟରୁ ଅନେକ ଖୁବ ଗରିବ ହୋଇଥାନ୍ତି ଏବଂ ଦେଶରେ ଗରିବଙ୍କ ଦେଖାଶୁଣା ପର୍ଯ୍ୟାପ୍ତ ନୁହେଁ । ‘ହାର୍ଟ ଟୁ ହାର୍ଟ’ ଫାଉଣ୍ଡେସନ ମୁଁ ଯାହା ପାଇଁ କାର୍ଯ୍ୟ କରେ ସେମାନେ ଶ୍ରୀ ସତ୍ୟ ସାଇ ସଞ୍ଜୀବନି ହସ୍ପିଟାଲ ଫର ଚାଇଲ୍ଡ କେୟାର ସେଣ୍ଟର ଯାହା ରାଇପୁର, ପଲୱାର, ହରିୟାଣା, ଓ ଖରଗର ରହିଛି ତା ମାଧ୍ୟମରେ ଶହ ଶହ ଶିଶୁଙ୍କୁ ବିନା କୌଣସି ମୁଲ୍ୟରେ ଜୀବନ ଉପହାର ଦିଅନ୍ତି । ତାଙ୍କର ମୋଟୋ ହେଉଛି ‘‘ ନୋ ଡିଲ, ନୋ ବିଲ’’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.