ETV Bharat / sports

ୟୁଏଇ ଉଡିବେ ଓଡିଆ ଝିଅ, ଖେଳିବେ ଓମେନ ଆଇପିଏଲ

author img

By

Published : Oct 11, 2020, 7:45 PM IST

Updated : Oct 11, 2020, 10:15 PM IST

ଆସନ୍ତା ନଭେମ୍ବର 4 ରୁ 9 ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି20 ଚ୍ୟାଲେଞ୍ଜରେ ନିଜର ସ୍ଥାନ ପକ୍କା କରିଛନ୍ତି ସୁଶ୍ରୀ । ସେ ତାରକା ଖେଳାଳି ମିତାଲି ରାଜଙ୍କ ଟିମରେ ଆସିବେ ନଜର ।

ୟୁଏଇ ଉଡିବେ ଓଡିଆ ଝିଅ, ଖେଳିବେ ଓମେନ ଆଇପିଏଲ
ୟୁଏଇ ଉଡିବେ ଓଡିଆ ଝିଅ, ଖେଳିବେ ଓମେନ ଆଇପିଏଲ

କଟକ: ପୁଣି ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ କମାଲ । ଆସନ୍ତା ନଭେମ୍ବର 4 ରୁ 9 ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି20 ଚ୍ୟାଲେଞ୍ଜରେ ନିଜର ସ୍ଥାନ ପକ୍କା କରିଛନ୍ତି ସୁଶ୍ରୀ । ସେ ତାରକା ଖେଳାଳି ମିତାଲି ରାଜଙ୍କ ଟିମରେ ଆସିବେ ନଜର ।

ୟୁଏଇ ଉଡିବେ ଓଡିଆ ଝିଅ, ଖେଳିବେ ଓମେନ ଆଇପିଏଲ
ସେ ଟିମ ଭେଲୋସିଟି ଅର୍ଥାତ ମିତାଲି ରାଜଙ୍କ ନେତୃତ୍ବାଧୀନ ଦଳରେ ନିଜ ପ୍ରଦର୍ଶନ ଦେଖାଇବେ । ସେ ପୂର୍ବରୁ ଅନେକ ଓଡିଶା କ୍ରିକେଟ ଆସୋସିଏସନ ପାଇଁ 19 ଓ 23 ବର୍ଷରୁ କମ, ସିନିୟର ମହିଳା ଦଳରେ ମଧ୍ୟ ନିଜର ଜଲୱା ଦେଖେଇ ସାରିଛନ୍ତି । ଏହାସହ ଇଷ୍ଟ ଜୋନ, ଇଣ୍ଡିଆ ଏ, ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ ବ୍ଲ୍ୟୁ ପକ୍ଷରୁ ମଧ୍ୟ ଖେଳି ସାରିଛନ୍ତି । ତେବେ ସୁଶ୍ରୀଙ୍କ ଚୟନ ନେଇ ବିସିିସିଆଇକୁ ଧନ୍ୟବାଦ ଜଣାଇଛି ଓଡିଶା କ୍ରିକେଟ ଆସୋସିଏସନ ।

ଉଲ୍ଲେଖଥାଉ କି ଗତ ସଂସ୍କରଣରେ ମଧ୍ୟ ସୁଶ୍ରୀ ଓମେନ ଆଇପିଏଲ ଖେଳିଥିଲେ । ସେ ମିତାଲି ରାଜଙ୍କ ନେତୃତ୍ବାଧୀନ ଦଳ ଭେଲୋସିଟି ପକ୍ଷରୁ ହିଁ ଖେଳିଥିଲେ । ଅପରାଜିତ ଦୁଇ ରନ କରି ଦଳକୁ ବିଜୟ ଦେଇଥିଲେ ସୁଶ୍ରୀ । ବୋଲିଂରେ ମଧ୍ୟ ତାଙ୍କ କରାମତି ଦେଖିବାକୁ ମିଳିଥିଲା । 14ରନ ବ୍ୟୟରେ ଗୋଟିଏ ୱିକେଟ ନେଇଥିଲେ ସୁଶ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 11, 2020, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.