ETV Bharat / sports

ଓସିଏ ନିର୍ବଚନ ଫଳାଫଳ: ସଞ୍ଜୟଙ୍କ ଗୋଷ୍ଠୀର ସମସ୍ତ ପ୍ରାର୍ଥୀ ବିଜୟୀ - OCA election result

ଶେଷ ହୋଇଛି ଓସିଏ ନିର୍ବାଚନ । ପ୍ରକାଶ ପାଇଛି ଫଳାଫଳ । ତେବେ 5ଟି ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ସଞ୍ଜୟଙ୍କ ପ୍ୟାନେଲର ସମସ୍ତ 5 ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଓସିଏ ନିର୍ବଚନ ଫଳାଫଳ
author img

By

Published : Sep 27, 2019, 6:36 PM IST

Updated : Sep 27, 2019, 7:31 PM IST

କଟକ: ଶେଷ ହୋଇଛି ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ନିର୍ବାଚନର ଭୋଟ ଗଣତି । ଯେପରି ଆଶା କରାଯାଉଥିଲା , ସେପରି ହୋଇଛି ନିର୍ବଚନ ଫଳାଫଳ । ବାପାଙ୍କ ଅନୁପସ୍ଥିରେ ବାଜି ମାରି ନେଇଛନ୍ତି ପୁଅ ସଞ୍ଜୟ ବେହେରା । 5ଟି ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ସଞ୍ଜୟଙ୍କ ପ୍ୟାନେଲର ସମସ୍ତ 5 ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ହାଇ ପ୍ରୋଫାଇଲ ସମ୍ପାଦକ ପଦରେ ସଞ୍ଜୟ 20 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ନବରଞ୍ଜନ ପଟ୍ଟନାୟଙ୍କୁ ପରାସ୍ତ କରି ଧର୍ମର ଜୟ ହୋଇଛି ବୋଲି କହିଛନ୍ତି । ତେବେ ସଞ୍ଜୟ 45 ଖଣ୍ଡ ଭୋଟ ପାଇଥିବା ବେଳେ ନବରଞ୍ଜନ 25 ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ତାଙ୍କ ଗୋଷ୍ଠୀର ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।

ଉପସଭାପତି ପଦରେ ସଞ୍ଜୟ ବେହେରାଙ୍କ ଗୋଷ୍ଠୀରୁ ଅକ୍ଷୟ କୁମାର ସାମନ୍ତ ବିଜୟ ହୋଇଛନ୍ତି । ଅକ୍ଷୟ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରଶାନ୍ତ ପ୍ରଶାଦ ପଟ୍ଟନାୟକଙ୍କଠାରୁ 12 ଖଣ୍ଡ ଭୋଟ ବ୍ୟବାଧାନରେ ବିଜୟୀ ହୋଇଛନ୍ତି । ସେହିପରି ସଭପତି ପଦରେ ପଙ୍କଜ ଲୋଚନ ମହାନ୍ତି ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରଦୀପ ଚୌହାନଙ୍କଠାରୁ ମାତ୍ର 6ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ପଙ୍କଜ 38 ଖଣ୍ଡ ଭୋଟ୍‌ ପାଇଥିବା ବେଳେ ପ୍ରଦୀପ ଚୌହାନ 32 ଖଣ୍ଡ ଭୋଟ୍‌ ପାଇଛନ୍ତି ।

ଅନ୍ୟପଟେ କୋଷାଧ୍ୟକ୍ଷ ପଦରେ ବିକାଶ ପ୍ରଧାନ ଯୁଗ୍ମ ସଂପାଦକ ପଦରେ ମେହତାବ ଖାଁ ବିଜୟୀ ହୋଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:no need

Body:no need

Conclusion:
Last Updated : Sep 27, 2019, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.