ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତ ପ୍ରଥମ ଇଂନିସରେ 263 ରନ କରିଥିଲା। ହନୁମା ବିହାରୀ 101, ଚେତେଶ୍ବର ପୂଜାରା 93 ରନର ଇଂନିସ ଖେଳିଥିଲେ ।
ଜବାବରେ ନ୍ୟୁଜିଲାଣ୍ଡ ବୋର୍ଡ ସଭାପତି ଏକାଦଶ 235ରେ ଅଲଆଉଟ ହୋଇଥଲା । 2ୟ ଇଂନିସରେ 252/4 ପରେ ମ୍ୟାଚ ବିନା ଫଳାଫଳରେ ଶେଷ ହେଇଛି। ମୟଙ୍କ ଅଗ୍ରୱାଲ ଓ ଋକ୍ଷଭ ପନ୍ତଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଥିଲା । ଉଭୟ 3ୟ ୱିକେଟ ଯୋଡିରେ 134ର ଦମଦାର ପାର୍ଟନରସିପ କରିଥିଲେ ।
ତେବେ ପୁରୁଣା ଲୟକୁ ଫେରିଛନ୍ତି ଭାରତୀୟ ସ୍ପିଡଷ୍ଟାର ଜଶପ୍ରୀତ ବୁମରା ଓ ମହମ୍ମଦ ସାମି । ଉମେଶ ଯାଦବ ଓ ନବଦୀବ ସାଇନି ମଧ୍ୟ ୱିକେଟ ଅକ୍ତିଆର କରିଛନ୍ତି । ବୁମରା (11-3-18-2) ମହମ୍ମଦ ସାମି (10-5-17-3), ଉମେଶ ଯାଦବ(13-1-49-2), ନବଦୀପ ସାଇନି(15-2-58-2) ପ୍ରଦର୍ଶନ କରି ଭାରତର ଆତ୍ମବଳକୁ ବଢାଇଛନ୍ତି । ଦିନିକିଆ ସିରିଜରେ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଫଳରେ ଦିନିକିଆ ସିରିଜରେ 3-0ରେ ପରାସ୍ତ ହେଇଥିଲା ଦଳ ।
-
Match drawn!
— BCCI (@BCCI) February 16, 2020 " class="align-text-top noRightClick twitterSection" data="
The players shake hands as India wrap up Day 3 with 252/4 runs in the second innings of the three-day practice game.
">Match drawn!
— BCCI (@BCCI) February 16, 2020
The players shake hands as India wrap up Day 3 with 252/4 runs in the second innings of the three-day practice game.Match drawn!
— BCCI (@BCCI) February 16, 2020
The players shake hands as India wrap up Day 3 with 252/4 runs in the second innings of the three-day practice game.
ଅନ୍ୟପଟେ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଜାଡେଜା ମଧ୍ୟ ୱିକେଟ ହାତେଇବାରେ ସଫଳ ହେଇଛନ୍ତି ।