ଅକଲାଣ୍ଡ: ଆହତ ଓ ଅସୁସ୍ଥ ସମସ୍ୟାରୁ ମୁକୁଳିପାରୁନାହିଁ ନ୍ୟୁଜିଲାଣ୍ଡ । ଫଳରେ ସିରିଜ ଅଧାରେ 2ଖେଳାଳିଙ୍କୁ ଦଳରେ ସାମିଲ କରିଛି ନ୍ୟୁଜିଲାଣ୍ଡ। ଭାରତ ବିପକ୍ଷ 3ୟ ଦିନିକିଆରେ ସ୍ପିନର ଇସ ଶୋଧି ଓ ବ୍ଲେଆର ଟିକନରଙ୍କୁ ସାମିଲ କରାଯାଇଛି ।
ଏକାଧିକ ନ୍ୟୁଜିଲାଣ୍ଡ ଖେଳାଳି ଆହତ ଓ ଅସୁସ୍ଥତା କାରଣରୁ ଦଳରୁ ବାଦ ପଡିଛନ୍ତି । ଟିମ ସାଉଦୀ, ମିଚେଲ ସାଣ୍ଟନର, ସ୍କଟ କୁଗଲେଜିନ ଅସୁସ୍ଥ ଥିବା ଜଣାପଡିଛି। ତେବେ ନିୟମିତ କ୍ୟାପଟେନ କେନ ୱିଲିୟମସନ 3ୟ ମ୍ୟାଚରେ ଖେଳିବା ନେଇ ସମ୍ଭାବନା ଦେଖାଦେଇଛି । ନ୍ୟୁଜିଲାଣ୍ଡ କୋଚ ୱିଲିୟମସନ ଖେଳିବା ନେଇ ସୂଚନା ଦେଇଛନ୍ତି। 3ଟିକିଆ ଦିନିକିଆ ସିରିଜରେ 2-0ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ ।