ETV Bharat / sports

ଆଜିଠୁ ଖ୍ରୀଷ୍ଟଚର୍ଚ୍ଚରେ ଭାରତ-ନ୍ୟୁଜିଲାଣ୍ଡ 2ୟ ଟେଷ୍ଟ

author img

By

Published : Feb 29, 2020, 12:02 AM IST

ଆଜି ଖ୍ରୀଷ୍ଟଚର୍ଚ୍ଚରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଟେଷ୍ଟ । ସିରିଜରେ 0-1ରେ ପଛୁଆ ଥିବା ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ।

NZ vs IND 2nd test
ଭାରତ-ନ୍ୟୁଜିଲାଣ୍ଡ 2ୟ ଟେଷ୍ଟ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଦଳ ଲମ୍ବା ନ୍ୟୁଜିଲାଣ୍ଡ ଗସ୍ତର ଶେଷ ମ୍ୟାଚ ଖେଳିବାକୁ ଯାଉଛି । 2 ଟିକିଆ ଟେଷ୍ଟ ସିରିଜର 2ୟ ମ୍ୟାଚ ଆଜିଠାରୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହେଉଛି । ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବା ବିରାଟ ବାହାନୀ । ସିରିଜରେ 0-1ରେ ପଛୁଆ ଥିବା ଭାରତୀୟ ଦଳ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ।

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ 10 ୱିକେଟରେ ପରାଜିତ ହୋଇଥିଲା ଭାରତ । ମ୍ୟାଚର ଉଭୟ ଇଂନିସରେ ଭାରତର ଦୁର୍ବଳ ବ୍ୟାଟିଂ ଦେଖବାକୁ ମିଳିଥିଲା ।

NZ vs IND 2nd test
ଭାରତୀୟ ଦଳ

ତେବେ 2ୟ ଟେଷ୍ଟରେ ଭାରତୀୟ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା ରହିଛି । ପେସ୍ ବୋଲର ଇଶାନ୍ତ ଶର୍ମା ଆହତ ହୋଇଥିବା ଜଣାପଡିଛି । ସେଥିପାଇଁ ଇଶାନ୍ତଙ୍କ ଖେଳିବା ନେଇ ଅନିଶ୍ଚିନ୍ତତା ରହିଛି । ଅନ୍ୟପଟେ ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ମାତ୍ର ମ୍ୟାଚ ପୂର୍ବରୁ ଏହି ନିଷ୍ପତ୍ତି ନିଆଯିବ କହିଛନ୍ତି କୋଚ ରବି ଶାସ୍ତ୍ରୀ । ତେବେ ପୃଥ୍ବୀ ଶ’ ସୁସ୍ଥ ଅଛନ୍ତି ଓ ଖେଳିବା ନିଶ୍ଚିନ୍ତ ଥିବା କୋଚ ରହିଶାସ୍ତ୍ରୀ କହିଛନ୍ତି ।

ଏହି ଟେଷ୍ଟରେ ଘରୋଇ ଦଳ ଉପରେ ଚାପରେ ରଖିବାକୁ ହେଲେ ଭାରତର ଅଭିଜ୍ଞ ଖେଳାଳି ଲମ୍ବା ଇଂନିସ ଖେଳିବା ଜରୁରୀ ହୋଇପଡିଛି । ବିଶେଷ କରି ଚେତେଶ୍ବର ପୂଜାରା କ୍ୟାପଟେନ କୋହଲି, ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲଙ୍କର ପୁଣି ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ବୋଲି ଲାଇନ ଅପ ସାମ୍ନାରେ ପୁଣିଥରେ ପରୀକ୍ଷା ହେବ । ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଦୀଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ଉଚିତ ମୁକାବିଲା କରିପାରିଲେ ଭାରତର ପଲ୍ଲା ଭାରୀ ରହିପାରେ ।

ନ୍ୟୁଜିଲାଣ୍ଡ ମଧ୍ୟ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ନେଇ ସମ୍ଭାବନା ରହିଛି । ନେଲ ୱାଗନରଙ୍କୁ ଦଳରେ ସ୍ଥାନ ମିଳିପାରେ ।

NZ vs IND 2nd test
ନ୍ୟୁଜିଲାଣ୍ଡ ଦଳ

ନ୍ୟୁଜିଲାଣ୍ଡ ଦଳ: କେନ ୱିଲିୟମସନ(କ୍ୟାପଟେନ), ଟମ ବ୍ଳଣ୍ଡେଲ, ଟମ ଲାଥମ, ହେନରୀ ନିକୋଲାସ, ରସ ଟେଲର, କଲିନ ଡି ଗ୍ରାଣ୍ଡହୋମ, ବିଜେ ୱେଟଲିଙ୍ଗ(ୱିକେଟ କିପର), କେଲ ଜେମିଏସନ, ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ନେଲ ୱାଗନର, ଏଜାଜ ପଟେଲ ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ(ୱିକେଟ କିପର), ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା, ମହମ୍ମଦ ସାମି, ଶୁଭମନ ଗିଲ, ଉମେଶ ଯାଦବ, ନବଦୀପ ସାଇନି, ରିଦ୍ଧିମାନ ଶାହା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.