ETV Bharat / sports

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ: ଆହତ ଟେଲର ଦ୍ବିତୀୟ ଦିନିକିଆରୁ ବାଦ୍‌

author img

By

Published : Mar 22, 2021, 9:36 PM IST

ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ରସ୍‌ ଟେଲର ଖେଳିବେନି ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ । ଅଧିକ ପଢନ୍ତୁ....

NZ vs BAN: Ross Taylor ruled out of 2nd ODI
ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ: ଆହତ ଟେଲର ଦ୍ବିତୀୟ ଦିନିକିଆରୁ ବାଦ୍

ହାଇଦ୍ରାବାଦ: ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ରସ୍‌ ଟେଲର ଖେଳିବେନି ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ପାଇଁ ବ୍ଲାକକ୍ୟାପ ସ୍କ୍ବାଡରୁ ବାଦ ପଡିଛନ୍ତି ଟେଲର । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି ।

Ross Taylor has been ruled out of the 2nd ODI at Hagley Oval as a precaution, having not fully recovered from his left-hamstring tear. #NZvBAN #CricketNation pic.twitter.com/Q6DmmnZtKa

— BLACKCAPS (@BLACKCAPS) March 22, 2021

ମାଂସପେଶୀ ଜନିତ ଆହତ ହୋଇଛନ୍ତି ଟେଲର । ଫଳରେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିପାରେ । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରୁ ମଧ୍ୟ ବାଦ ପଡିଥିଲେ ଟେଲର । ପରେ କିୱି ଟିମ 8 ୱିକେଟରେ ବିଜୟୀ ହୋଇଥିଲା ।

ରସ୍‌ ଟେଲର ଅନ୍ତର୍ଜାତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ କ୍ୟାପ୍‌ଡ ଖେଳାଳି । ନ୍ୟୁଜିଲାଣ୍ଡ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । ମଙ୍ଗଳବାର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ରସ୍‌ ଟେଲର ଖେଳିବେନି ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ପାଇଁ ବ୍ଲାକକ୍ୟାପ ସ୍କ୍ବାଡରୁ ବାଦ ପଡିଛନ୍ତି ଟେଲର । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି ।

ମାଂସପେଶୀ ଜନିତ ଆହତ ହୋଇଛନ୍ତି ଟେଲର । ଫଳରେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିପାରେ । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରୁ ମଧ୍ୟ ବାଦ ପଡିଥିଲେ ଟେଲର । ପରେ କିୱି ଟିମ 8 ୱିକେଟରେ ବିଜୟୀ ହୋଇଥିଲା ।

ରସ୍‌ ଟେଲର ଅନ୍ତର୍ଜାତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ କ୍ୟାପ୍‌ଡ ଖେଳାଳି । ନ୍ୟୁଜିଲାଣ୍ଡ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । ମଙ୍ଗଳବାର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.