ETV Bharat / sports

ଜାତୀୟ ଦଳରେ ମିଳିନି ସୁଯୋଗ, ଅପେକ୍ଷାରେ ଉନ୍ମୁକ୍ତ

author img

By

Published : Jun 8, 2020, 12:34 PM IST

67ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ 3,379 ସଂଗ୍ରହ କରିଛନ୍ତି ଉନ୍ମୁକ୍ତ ଚାନ୍ଦ । 2016 ପର୍ଯ୍ୟନ୍ତ ଇଣ୍ଡିଆ ଏ ଟିମର କ୍ୟାପଟେନ ମଧ୍ୟ ରହିଛନ୍ତି । ପ୍ରଭାବି ପ୍ରଦର୍ଶନ ମଧ୍ୟ କରିଛନ୍ତି । ମାତ୍ର ଜାତୀୟ ଟିମରେ ଖେଳିବାର ସୁଯୋଗ ମିଳିନାହିଁ ।

No use talking about what could have been: Unmukt Chand
ଜାତୀୟ ଦଳରେ ମିଳିନି ସୁଯୋଗ, ମୁକ୍ତ ଆଶାବାଦୀ ଉନ୍ମୁକ୍ତ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଶୀଘ୍ର ଅନ୍ତ ହୁଏନି । ଏମିତି କିଛି ଘଟିଛି ଯୁବ କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କ କ୍ଷେତ୍ରରେ । 2012ଭାରତୀୟ 19 ବର୍ଷରୁ କମ ବିଶ୍ବକପ ବିଜୟୀ କ୍ୟାପଟେନ ରହିଛନ୍ତି ଉନ୍ମୁକ୍ତ ଚାନ୍ଦ । ଏକଦା ତାଙ୍କୁ ଭାରତର ଦ୍ବିତୀୟ ବିରାଟ କୋହଲି ମଧ୍ୟ କୁହାଯାଉଥିଲା ।

କାରଣ ବିରାଟ କୋହଲିଙ୍କ ନେତୃତ୍ବରେ ମଧ୍ୟ ଭାରତ 19 ବର୍ଷରୁ କମ ବିଶ୍ବକପ ଚମ୍ପିଆନ ହୋଇଛି । ଏହାପରେ ବିରାଟ ଜାତୀୟ ଦଳର ମଧ୍ୟ ନେତୃତ୍ବ ନେଉଛନ୍ତି । ତେବେ ଯୁବ ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଚାନ୍ଦଙ୍କ କ୍ରିକେଟ କ୍ୟାରିୟର ଜାତୀୟ ଦଳରୁ ଡାକରା ଅପେକ୍ଷାରେ ହିଁ ରହିଯାଇଛି ।

ପୂର୍ବତନ କ୍ରିକେଟର ତଥା କମେଣ୍ଟଟର ଆକାଶ ଚୋପ୍ରାଙ୍କ ସହ ଅନଲାଇନ ଆଲୋଚନାରେ କ୍ରିକେଟ କ୍ୟାରିୟରକୁ ନେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି ଉନ୍ମୁକ୍ତ ଚାନ୍ଦ ।

କୌଣସି ଜୁନିୟର କ୍ରିକେଟର ପାଇଁ 19 ବର୍ଷରୁ କମ ବିଶ୍ବକପ ସବୁଠୁ ମୁଖ୍ୟ ହୋଇଥାଏ । କ୍ରିକେଟ ଆରମ୍ଭରୁ 16 ବର୍ଷରୁ କମ ଟିମ ପର୍ଯ୍ୟନ୍ତ ପରିଶ୍ରମ ଓ ସ୍ବପ୍ନ ଏହି ବିଶ୍ବକପ ବିଜୟ ପାଇଁ ରହିଥାଏ ବୋଲି ଉନ୍ମୁକ୍ତ କହିଛନ୍ତି ।

ଅଳ୍ପ ସମୟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ଚୟନ ହେବାକୁ ଯାଉଛନ୍ତି ବୋଲି ମଧ୍ୟ କୁହାଯାଇଥିଲା ବୋଲି ଉନ୍ମୁକ୍ତ କହିଛନ୍ତି । ତେବେ ଭାରତୀୟ ଜାତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ସହଜ କଥାନୁହେଁ । ଶକ୍ତିଶାଳୀ ଟିମ ପାଇଁ ସର୍ବଦା ସନ୍ତୁଳିତ ଟିମର ଚୟନ ହୋଇଥାଏ ବୋଲି ସକରାତ୍ମକ ମତ ରଖିଛନ୍ତି ଉନ୍ମୁକ୍ତ ।

ତେବେ ନିଜର ଅଭ୍ୟାସ ଜାରି ରଖିବା ସହ ଟିମ ଇଣ୍ଡିଆର ନୀଳ ଜର୍ସି ପିନ୍ଧି ଦେଶପାଇଁ ଖେଳିବାର ସୁଯୋଗ ଅପେକ୍ଷାରେ ରହିଛନ୍ତି ଜୁନିୟର ବିଶ୍ବକପ ଚମ୍ପିଆନ କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.