ETV Bharat / sports

କୋରୋନା ଭାଇରସ: ଇଂଲଣ୍ଡରେ ସମସ୍ତ ପ୍ରକାର କ୍ରିକେଟ ବାତିଲ - କୋରୋନା ଭାଇରସ ସଂକ୍ରମଣ ଭୟ

ମେ 28 ପର୍ଯ୍ୟନ୍ତ ଇଂଲଣ୍ଡରେ ସମସ୍ତ ପ୍ରକାର କ୍ରିକେଟ ବାତିଲ । କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ, ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

No professional cricket in England
କୋରୋନା ଭାଇରସ: ଇଂଲଣ୍ଡରେ ସମସ୍ତ ପ୍ରକାର କ୍ରିକେଟ ବାତିଲ
author img

By

Published : Mar 21, 2020, 12:31 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସର ପ୍ରଭାବରେ ପ୍ରଭାବିତ ବିଶ୍ବକ୍ରୀଡାଜଗତ । ସଂକ୍ରମଣ ଭୟ ଯୋଗୁଁ, ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ ରଖାଯାଉଛି । ତେବେ ସଦ୍ୟ ସୂଚନା ଅନୁଯାୟୀ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB) ଦେଶରେ, ମେ 28 ପର୍ଯ୍ୟନ୍ତ ସମସ୍ତ ପ୍ରକାର କ୍ରିକେଟ ବାତିଲ କରିଛି ।

କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ, ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଏଥିସହିତ ଚଳିତ ବର୍ଷର ନୂଆ ସଂସ୍କରଣର ଆରମ୍ଭ ମଧ୍ୟ ବିଳମ୍ବ କରିବାକୁ ନିଷ୍ପତି ନେଇଛି । ମେଲବୋର୍ଣ୍ଣ କ୍ରିକେଟ କ୍ଳବ(MCC), ଓ ପ୍ରଫେସନାଲ କ୍ରିକେଟରସ ଆସୋସିଏସନ(PCA)ଙ୍କ ମିଶି ECB ଏପରି ନିଷ୍ପତ୍ତି ନେଇଛି ।

ବିଶ୍ବରେ କୋରୋନା ଭାଇରସରେ ଏଯାବତ ମୃତ୍ୟୁସଂଖ୍ୟା 11000 ଟପିସାରିଲାଣି । 2,50,000ରୁ ଅଧିକ ଲୋକ ସଂକ୍ରମିତ ରହିଛନ୍ତି । ୟୁକେରେ ମୋଟ 4000 ପଜିଟିଭ ସାମ୍ନାକୁ ଆସିଥିବାବେଳେ 177ଜଣ ଜୀବନ ହାରିସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.