ETV Bharat / sports

ଆକାଶ ଚୋପ୍ରାଙ୍କ ଟି-20 ବିଶ୍ବକପ ସ୍କ୍ବାଡରେ ନାହାନ୍ତି ଧୱନ-ଧୋନି - ଆକାଶ ଚୋପ୍ରାଙ୍କ ଟି-20 ସ୍କ୍ବାଡ

ନିଜର ଟି-20 ବିଶ୍ବ କପ ସ୍କ୍ବାଡରୁ ଧୋନି ଓ ଶିଖର ଧୱନଙ୍କୁ ବାଦ ଦେଲେ ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା । ଅଧିକ ପଢ଼ନ୍ତୁ...

no ms dhoni or shikhar dhawan, Akash Chopra's t-20 world cup squad, Akash Chopra, ଆକାଶ ଚୋପ୍ରାଙ୍କ ଟି-20 ସ୍କ୍ବାଡ, ନାହାନ୍ତି ଧୱନ-ଧୋନି
ଆକାଶ ଚୋପ୍ରାଙ୍କ ଟି-20 ବିଶ୍ବକପ ସ୍କ୍ବାଡରେ ନାହାନ୍ତି ଧୱନ-ଧୋନି
author img

By

Published : May 8, 2020, 12:02 AM IST

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ 14 ଜଣିଆ ଟି-20 ବିଶ୍ବକପ ସ୍କ୍ବାଡରେ ଏମଏସ ଧୋନିଙ୍କୁ ଓ ଶିଖର ଧୱନଙ୍କୁ ବାଦ ଦେଇଛନ୍ତି ସେ । ଜୁଲାଇ 2019ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି ଏମଏସ ଧୋନି । ସେପଟେ ଟି-20 କ୍ରିକେଟକୁ ଫେରିଲେ ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ରହିନପାରନ୍ତି ଧୱନ । ଚୋପ୍ରା ନିଜ ସ୍କ୍ବାଡରେ ଆଶ୍ଚର୍ଯ୍ୟ ଜନକ ଭାବେ 4 ଜଣ ପେସରଙ୍କୁ ନେବା ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଅଲ ରାଉଣ୍ଡର ଭାବେ ସ୍ଥାନ ଦେଇଛନ୍ତି ।

ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଓପନର ଭାବେ ନେଇଛନ୍ତି ଚୋପ୍ରା । 2013ରୁ ରୋହିତ ହ୍ବାଇଟ ବଲ କ୍ରିକେଟରେ ଓପନିଂ କରୁଛନ୍ତି । ରାହୁଲ ମଧ୍ୟ ଟି-20 ଟିମରେ ନିଜ ସ୍ଥାନ ପକ୍କା କରି ଦେଇଛନ୍ତି । 2019 ବିଶ୍ବକପ ପରେ କେଏଲ ରାହୁଲଙ୍କ କ୍ୟାରିଅର ବିପଦରେ ଥିଲା କିନ୍ତୁ ଟିମ ମ୍ୟାନେଜମେଣ୍ଟଙ୍କ ସମର୍ଥନ ପରେ ରାହୁଲ ସମସ୍ତ ସୁଯୋଗରେ ଭଲ ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ 5ଟି ଟି-20ରେ ସେ 224 ରନ କରିଛନ୍ତି, ଏହାସହ 3ଟି ଦିନିକିଆରେ 204 ରନ କରିଛନ୍ତି ।

ରୋହିତ ଓ ରାହୁଲଙ୍କ ପରେ ଚୋପ୍ରା ଅଧିନାୟକ ବିରାଟ କୋହଲିଙ୍କୁ ରଖିଛନ୍ତି । କୋହଲିଙ୍କ ପରେ ଋଷଭ ପନ୍ତ । 2019 ବିଶ୍ବକପରେ ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ନ୍ୟାସନାଲ ଟିମରେ ସ୍ଥାନ ପାଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବି ଫର୍ମାଟ ସ୍ଥାୟୀ ଭାବେ ସ୍ଥାନ ହାସଲ କରି ନାହାନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଆକାଶ ଦୁଇ ପେସ-ବୋଲିଂ- ଅଲ ରାଉଣ୍ଡର ଭାବେ ନେଇଛନ୍ତି । ପାଣ୍ଡ୍ୟା ବିଶ୍ବକପ ଟିମରେ ନିଜ ସ୍ଥାନ ପକ୍କା କରିଥିବା ବଳେ ଦୁବେ ପାଣ୍ଡ୍ୟା ନଖେଳିଲେ ସୁଯୋଗ ପାଇ ପାରନ୍ତି ।

ରବିନ୍ଦ୍ର ଜାଡେଜା ଆକାଶଙ୍କ ଦଳରେ ତୃତୀୟ ଅଲରାଉଣ୍ଡର। ଟି-20କୁ ଫେରିବା ପରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ସେ । ତେଣୁ ଦଳରେ ସେ ରହିବା ଉଚିତ । ଏହାପରେ ଚୋପ୍ରାଙ୍କ ତାଲିକାରେ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ରହିଛନ୍ତି । ଚହାଲ ବିଶ୍ବକପର ଅଂଶ ହେବେ ବୋଲି ଏକପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କୁଲଦୀପଙ୍କୁ ନେଇ ସନ୍ଦେହ ରହିଛି । ଯଦି କୁଲଦୀପ ଭଲ ଖେଳି ନପାରନ୍ତି ତେବେ ପରିଚାଳନା କମିଟି ଅନ୍ୟ କେଉଁ ଲେଗ-ସ୍ପିନର କଥା ଚିନ୍ତା କରିବ ।

ଆଶ୍ଚର୍ଯ୍ୟଜନକ ଭାବେ ଚୋପ୍ରା 4 ଜଣ ଆଗଧାଡି଼ର ପେସରଙ୍କୁ ନିଜ ଟିମରେ ନେଇଛନ୍ତି । ଜସପ୍ରୀତ ବୁମରା, ଦୀପକ ଚହର, ଭୁବନେଶ୍ବର କୁମାର ଓ ମହମ୍ମଦ ସାମି । ତେବେ ଚାରିଜଣ ପେସରଙ୍କୁ ଚୟନ କମିଟି ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ନେଇଯିବ ନାହିଁ ।

ଆକାଶ ଚୋପ୍ରାଙ୍କ 14 ଜଣିଆ ଟି -20 ବିଶ୍ବକପ ଦଳ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.