ନୂଆଦିଲ୍ଲୀ: ଏବେବି ଅନ୍ଧାରରେ ଆଇପିଏଲର ଭାଗ୍ୟ । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ କୌଣସି ନିଷ୍ପତି ହୋଇଥିବା ସ୍ପଷ୍ଟ ହୋଇଛି । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।
ଚଳିତ ସପ୍ତାହରେ ଆଇପିଏଲର ବିଭିନ୍ନ ପ୍ରାୟୋଜକ ଚୁକ୍ତିକୁ ନେଇ ଗଭର୍ଣ୍ଣିଂ କାଉନସିଲର ବୈଠକ ରହିଛି । ଭାରତ-ଚୀନ ସୀମାରେ ଲଦାଖର ଗଲୱାନ ଉପତ୍ୟାକାରେ ଚୀନ ସହ ସଂଘର୍ଷ ବେଳେ, 20 ଭାରତୀୟ ଯବାନ ସହିଦ ହୋଇଛନ୍ତି ।
ଏହାପରେ ଦେଶରେ ଚାଇନା ଜିନିଷ ବର୍ଜନ ପାଇଁ ଦାବି ହେଉଛି । ଆଇପିଏଲର ମୁଖ୍ୟ ପ୍ରାୟୋଜକ ଚାଇନିଜ ମୋବାଇଲ ଉତ୍ପାଦନ କମ୍ପାନି ଭିଭୋ ରହିଛି । ତେବେ ବିସିସିଆଇ ଅନ୍ତରୀଣ ମାର୍କେଟ ଟିମର ରିପୋର୍ଟ ପରେ ନିଷ୍ପତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।