ନୂଆଦିଲ୍ଲୀ: ଆଗାମୀ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ନ୍ୟୁଜିଲାଣ୍ଡର ନୂଆ ଟେଷ୍ଟ ଜର୍ସି ଉନ୍ମୋଚନ ହୋଇଛି । ଆଇସିସିର ନୂଆ ନିୟମାନୁସାରେ ଏବେ ଟେଷ୍ଟ ଜର୍ସି ପଛରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ଲେଖା ହେବ । ତେବେ ନିଜର 22 ନମ୍ବର ଜର୍ସି ପିନ୍ଧି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି କେନ ୱିଲିୟମସନ।
ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଜ ଟ୍ବିଟର ଆକାଉଣ୍ଟରେ ଫଟୋ ସେୟାର କରି ଲେଖଛି, " ରେଡି ଫର ଟେଷ୍ଟ ଚମ୍ପିଆନସିପ୍ " । ତେବେ ଏହି ଚମ୍ପିଆନସିପରେ ନ୍ୟୁଜିଲାଣ୍ଡ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ସିରିଜ ଖେଳିବ । ଏଥିପାଇଁ 15 ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି ।
ତେବେ ଇଂଲଣ୍ଡ, ନ୍ୟୁଜିଲାଣ୍ଡର ନମ୍ବର ଥିବା ଜର୍ସି ଆସିବା ପରେ ଭାରତୀୟ ଦଳର ଟେଷ୍ଟ ଜର୍ସିକୁ ଅପେକ୍ଷା ।
ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ: କେନ ୱିଲିୟମସନ(କ୍ୟାପଟେନ), ଟଡ ଆଷ୍ଟଲେ, ଟମ ବ୍ଳଣ୍ଡେଲ୍, ଟ୍ରେଣ୍ଟ ବୋଲ୍ଟ, କଲିନ ଦି ଗ୍ରାଣ୍ଡହୋମ, ଟମ ଲାଥମ, ହେନେରି ନିକୋଲାସ, ଏଜାଜ ପଟେଲ, ଜିତ ରାଭାଲ. ୱିଲ ସମଲଭିଲ, ମିଚେଲ ସାଣ୍ଟନର. ଟିମ ସାଉଦି, ରସ ଟେଲର, ନେଲ ୱାଙ୍ଗର, ବିଜେ ୱେଟଲିଂ ।