ETV Bharat / sports

ଭାରତ-ନ୍ୟୁଜିଲାଣ୍ଡ,2ୟ ଦିନିକିଆ: 22 ରନରେ ମ୍ୟାଚ ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ - ସିରିଜ ସିଲ କଲା ନ୍ୟୁଜିଲାଣ୍ଡ

New Zealand vs India: New Zealand won by 22 runs
ଭାରତ-ନ୍ୟୁଜିଲାଣ୍ଡ,2ୟ ଦିନିକିଆ: 22 ରନରେ ମ୍ୟାଚ ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ
author img

By

Published : Feb 8, 2020, 3:50 PM IST

Updated : Feb 8, 2020, 5:10 PM IST

17:00 February 08

ପୁଣି ଭାରତର ପରାଜୟ

New Zealand vs India: New Zealand won by 22 runs
ଭାରତ-ନ୍ୟୁଜିଲାଣ୍ଡ,2ୟ ଦିନିକିଆ: 22 ରନରେ ମ୍ୟାଚ ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ପ୍ରଥମ ଦିନିକିଆରେ ଭାରତୀୟ ବୋଲରଙ୍କ ଦୁର୍ବଳ ବୋଲିଂ ଓ ଖରାପ ଫିଲ୍ଡିଂ ପାଇଁ ହାର ମିଳିଥିବା ବେଳେ 2ୟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍‌ ସୋ ପାଇଁ ହାତଛଡା ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ । ଘରୋଇ କିୱି ଦଳର ଦକ୍ଷ ବୋଲରଙ୍କ ଆଗରେ ଆଣ୍ଠେଇଲେ ଭ୍ରମଣକାରୀ ଭାରତୀୟ ବ୍ୟାଟ୍ସମ୍ୟାନ । ଫଳରେ 22ରନରେ ମ୍ୟାଚ ଜିତି 2-0ରେ ସିରିଜ ଉପରେ କବଜ୍ଜା କରିଛି ଘରୋଇ ଦଳ ।  

15:45 February 08

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଓପନର ମାର୍ଟିନ୍ ଗପ୍ଟିଲ୍ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ ହରାଇ 273 ରନ୍ କରିଥିଲା । ଜବାବରେ ରବୀନ୍ଦ୍ର ଜାଡେଜା (55) ଓ ନଭଦୀପ ସାଇନି (45)ଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ 251 ରନରେ ଅଲଆଉଟ୍ ହୋଇଛି । 

ଟସ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ମାତ୍ର ଚେଜ ମାଷ୍ଟରଙ୍କ ପ୍ଲାନିଂ ମାରିଲା ଫେଲ । 274ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ କ୍ରିକେଟ ଖେଳିଥିଲେ । 14 ଓଭରରେ 71/4 ସ୍କୋର ଭାରତୀୟ ବ୍ୟାଟିଂର ଆଉ ଏକ ଲଜ୍ୟାଜନକ ପ୍ରଦର୍ଶନ ହୋଇଥିଲା । ଦୁଇ ଓପନର ଯୁବ ପୃଥୀ ଶ(24) ଓ ମୟଙ୍କ ଅଗ୍ରୱାଲ(3)ଙ୍କ ଖରାପ ଆରମ୍ଭ ଏବଂ ପରେ ଅଧିନାୟକ କୋହିଲ(15) ଓ ଦକ୍ଷ କେଏଲ ରାହୁଲ(4)ଙ୍କ ଫ୍ଲପ୍‌ ସୋ ଭାରତର ପରାଜୟ ଏକ ପ୍ରକାର ପକ୍କା କରିସାରିଥିଲା ।

ଯଦିଓ ପରେ କେଦାର ଯାଦବ (9) ଓ ଶ୍ରେୟସ ଆୟାର(52)ଙ୍କ 25ରନ ଭାଗୀଦାରି ପାଳି ଭାରତୀୟ ଫ୍ୟାନ୍ସଙ୍କ ଛାତିରେ ଜୀବନ ଭରିଥିଲା । ମାତ୍ର ଆୟାରଙ୍କ ଆଉଟ ହେବା ପରେ ସବୁ ଆଶା ମଉଳି ଯାଇଥିଲା । ପରେ କ୍ରିଜକୁ ଆସିଥିଲେ ଶାର୍ଦ୍ଦୁଲ ଠାକୁର । ମାତ୍ର ସେ ସଅଳ ଆଉଟ ହୋଇ ପାଭେଲିଅନ୍‌ ଫେରି ଯାଇଥିଲେ । ରବୀନ୍ଦ୍ର ଜାଡେଯା(55) ଓ ନବଦୀପ ସାଇନ(45)ଙ୍କ ଯୋଡି ସଙ୍ଘର୍ଷ କରିଥିଲେ ମଧ୍ୟ ଭାରତକୁ ବିଜୟ ଦେଇ ପାରିନଥିଲେ ।   
 
Intro:Body:

BLANK FOR LINK 

Conclusion:
Last Updated : Feb 8, 2020, 5:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.