ETV Bharat / sports

ପ୍ରଥମ ଟେଷ୍ଟ: ଭାରତୀୟ ଟପ ଅର୍ଡର ଫେଲ, 3ୟ ଦିନରେ ସ୍କୋର 144/4 - New Zealand vs India

3ୟ ଦିନ ଖେଳ ଶେଷ ସୁଦ୍ଧା 4 ୱିକେଟ ହରାଇ 144 ରନ୍‌ କରିଛି ଭ୍ରମଣକାରୀ ଭାରତ । ତେବେ ଆଜି ପୁଣିଥରେ ଭାରତୀୟ ଟପ ଅର୍ଡର ଫେଲ ମାରିଥିବା ବେଳେ ଅଧିନାୟକ କୋହଲି ମାତ୍ର 19ରନ କରି ପାରିଛନ୍ତି ।

new-zealand-vs-india-1st-test-day-3-stumps-india-trail-by-39-runs
ପ୍ରଥମ ଟେଷ୍ଟ: ଭାରତୀୟ ଟପ ଅର୍ଡର ଫେଲ, 3ୟ ଦିନରେ ସ୍କୋର 114/4
author img

By

Published : Feb 23, 2020, 2:19 PM IST

Updated : Feb 23, 2020, 2:36 PM IST

ୱେଲିଂଟନ: ଭାରତର ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ ଏବେ ଘରୋଇ ଦଳ ନିୟନ୍ତ୍ରଣରେ ରହିଛି । 3ୟ ଦିନ ଖେଳ ଶେଷ ସୁଦ୍ଧା 4 ୱିକେଟ ହରାଇ 144 ରନ୍‌ କରିଛି ଭ୍ରମଣକାରୀ ଭାରତ । ତେବେ ଆଜି ପୁଣିଥରେ ଭାରତୀୟ ଟପ ଅର୍ଡର ଫେଲ ମାରିଥିବା ବେଳେ ଅଧିନାୟକ କୋହଲି ମାତ୍ର 19ରନ କରି ପାରିଛନ୍ତି ।

new-zealand-vs-india-1st-test-day-3-stumps-india-trail-by-39-runs
3ୟ ଦିନରେ ସ୍କୋର 114/4

ତେବେ ପ୍ରଥମ ଇନିଂସରେ ଭାରତ 165 ରନ୍‌ରେ ଅଲଆଉଟ୍‌ ହେବା ପରେ ନ୍ୟୁଜିଲାଣ୍ଡ ତାର ଅସମାପ୍ତ ଇନିଂସ ସ୍କୋର 216 ରୁ ବ୍ୟାଟିଂ କରି 348 କରି ପାରିଥିଲା । ଦଳ ପକ୍ଷରୁ କେନ ୱିଲିୟମସନ ସର୍ବାଧିକ 89ରନର ଇଂନିସ ଖେଳିଛନ୍ତି। ଭେଟେରାନ ରସ ଟେଲର 44, କଲିନ ଡି ଗ୍ରାଣ୍ଡହୋମ 43 ରନ କରି ଆଉଟ ହୋଇଥିଲେ। ତେବେ ଶେଷ ଭାଗରେ ଦୁଇ ବୋଲର କେଲ ଜେମିଏସନ 44 ଓ ଟ୍ରେଣ୍ଟ ବୋଲ୍ଟ 38 ରନର ଇଂନିସ ଖେଳି ନ୍ୟୁଜିଲାଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଥିଲେ । ଭାରତୀୟ ବୋଲର ଈଶାନ୍ତ ଶର୍ମା 5ୱିକେଟ ଦଖଲ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ 3 ୱିକେଟ ହାତେଇଛନ୍ତି।

ପରେ 183 ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଖରାପ ବ୍ୟାଟିଂର ପ୍ରଦର୍ଶନ କରିଛି । ଦଳ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ 58 ରନ୍‌ କରିଛନ୍ତି । ଅଜିଙ୍କ୍ୟ ରାହାନେ 25 ଓ ହନୁମା ବିହାରୀ 15 ରନ୍‌ କରି ଅପରାଜିତ ଅଛନ୍ତି । ତେବେ ଦଳ 39 ରନ୍‌ ପଛୁଆ ଥିବାବେଳେ ହାତରେ 6 ୱିକେଟ ବାକି ଅଛି । ଘରୋଇ ଦଳ ପାଇଁ ବୋଲ୍ଟ 3 ୱିକେଟ ନେଇଛନ୍ତି।

Last Updated : Feb 23, 2020, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.