ETV Bharat / sports

ଆଇପିଏଲ 2020: ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହୀ

author img

By

Published : Jul 7, 2020, 4:47 PM IST

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ ଆୟୋଜନ ନେଇ ଇଛା ପ୍ରକାଶ କରିଛି ନ୍ୟୁଜିଲାଣ୍ଡ ।

New Zealand offers to host IPL, but BCCI's priority is to host tournament at home
ଆଇପିଏଲ 2020: ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ ଆୟୋଜନ ନେଇ ଇଛା ପ୍ରକାଶ କରିଛି ନ୍ୟୁଜିଲାଣ୍ଡ । ଆଇପିଏଲ 2020 ମାର୍ଚ୍ଚ 29ରୁ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଏହି ମେଗା ଟୁର୍ଣ୍ଣାମେଣ୍ଟର ଭାଗ୍ୟ ଅନ୍ଧାରରେ ରହିଛି ।

ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ବକପ ବାତିଲ ହେଲେ, ସମାନ ସମୟରେ ଆଇପିଏଲ ଆୟୋଜନ ପାଇଁ ଚିନ୍ତା କରୁଛି ବିସିସିଆଇ । ମାତ୍ର ଆଇସିସି ପକ୍ଷରୁ ଏଯାବତ କୌଣସି ଘୋଷଣା ହୋଇନାହିଁ ।

ନ୍ୟୁଜିଲାଣ୍ଡରେ ମହାମାରୀ କୋରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କିଛି ସପ୍ତାହ ପୂର୍ବରୁ ନ୍ୟୁଜିଲାଣ୍ଡ କୋଭିଡ-19 ମୁକ୍ତ ଭାବେ ଘୋଷଣା ହେବା ସହ, ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ମିଳିଥିଲା । ସେଥିପାଇଁ ସୁରକ୍ଷିତ ଭାବେ ଆଇପିଏଲ ନ୍ୟୁଜିଲାଣ୍ଡରେ ଆୟୋଜନ ପାଇଁ ବିସିସିଆଇ ନିକଟରେ ଇଚ୍ଛା ପ୍ରକଟ କରିଛି ବୋର୍ଡ । ତେବେ ନ୍ୟୁଜିଲାଣ୍ଡ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଓ ୟୁନାଇଟେଡ ଆରବ ଏମିରେଟସ(UAE) ପକ୍ଷରୁ ମଧ୍ୟ ଆଇପିଏଲ ଆୟୋଜନ ପାଇଁ ପ୍ରସ୍ତାବ ଆସିଛି । ମାତ୍ର ବିସିସିଆଇ ଭାରତରେ ଆୟୋଜନ ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.