ETV Bharat / sports

ଅଭ୍ୟାସ ଆରମ୍ଭ କଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

author img

By

Published : Jan 7, 2021, 5:48 PM IST

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ଷ 2021କୁ ଗତ ବର୍ଷଠାରୁ ସଫଳତମ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛନ୍ତି ଅଭ୍ୟାସ । ଅଧିକ ପଢନ୍ତୁ...

New Year, Same Hustle: Hardik Pandya Begins Training
ଅଭ୍ୟାସ ଆରମ୍ଭ କଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ଷ 2021କୁ ଗତ ବର୍ଷଠାରୁ ସଫଳତମ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛନ୍ତି ଅଭ୍ୟାସ । କ୍ରିକେଟର ସମସ୍ତ ଫର୍ମାଟରେ ନିରନ୍ତର ଭଲ ପ୍ରଦର୍ଶନ କରିବାପାଇଁ ପାଣ୍ଡ୍ୟା ଲକ୍ଷ୍ୟ ରଖିଛନ୍ତି ।

ନିଜ ଟ୍ବିଟର ଆକାଉଣ୍ଟରେ ଅଭ୍ୟାସ ବେଳର ଫଟୋ ସେୟାର କରିବା ସହ ନୂଆ ବର୍ଷରେ ସମାନ ଜୋସ୍ ବୋଲି କହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ହାର୍ଦ୍ଦିକ ଶେଷଥର ନଜର ଆସିଥିଲେ । ଏହି ସିରିଜରେ ତାଙ୍କୁ ପ୍ଳେଆର ଅଫ ଦ ସିରିଜ ଆୱାର୍ଡ ମିଳିଥିଲା । ତେବେ ଏହି ଆୱାର୍ଡର ଅସଲି ହକଦାର ବୋଲର ଟି.ନଟରାଜନ ବୋଲି କହିବା ସହ ଟ୍ରଫି ଯୁବ ଖେଳାଳିଙ୍କ ହାତରେ ଦେଇଥିଲେ ।

ପାଣ୍ଡ୍ୟା ଟ୍ବିଟରେ ନଟରାଜନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ,"ନଟରାଜନ ଏହି ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତ ପକ୍ଷରୁ ଡେବ୍ୟୁ କରିଥିବା ନଟରାଜନ, ଏହି ଆୱାର୍ଡର ଅସଲି ହକଦାର । ପ୍ରତିକୂଳ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିବା, ନିଜର ପ୍ରତିଭାର ପ୍ରମାଣ ଓ କଠିନ ପରିଶ୍ରମର ପ୍ରମାଣ ମିଳେ । ମୋ ତରଫରୁ ମ୍ୟାଚ ଅଫ ଦ ସିରିଜ ତୁମେ । "

3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ପାଣ୍ଡ୍ୟା 78 ରନ କରିଥିଲେ । ଦ୍ବିତୀୟ ଟି-20ରେ 20 ବଲରୁ ବିସ୍ଫୋରକ 42 ରନର ପାଳି ଖେଳିବା ସହ ଭାରତକୁ ସିରିଜ ବିଜୟୀ କରାଇଥିଲେ । ଏହା ବ୍ୟତୀତ ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ଗତ ସଂସ୍କରଣର ଆଇପିଏଲ ମଧ୍ୟ ଭଲ ରହିଥିଲା । ନିଜର ଟିମ ମୁମ୍ବାଇ ଇଣ୍ଡିଆନ୍ସ 2020ର ଟ୍ରଫି ନିଜ ନାମରେ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.