ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ କହିଛନ୍ତି ଯେ, ସେ ତାଙ୍କର ନୂଆ ଲୁକ ୱେଷ୍ଟଇଣ୍ଡିଜ୍ ମହାନ କ୍ରିକେଟର ଭିଭ ରିଚାର୍ଡସ ଓ 2011 ବିଶ୍ୱକପ ବିଜେତା ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କଠାରୁ ଅନୁପ୍ରାଣିତ ହୋଇ କରିଛନ୍ତି ।
"ମୁଁ ସାର୍ ଭିଭିଆନ୍ ରିଚାର୍ଡସଙ୍କ ଇନଷ୍ଟାଗ୍ରାମ ଚେକ୍ କରୁଥିଲି । ସେ ମୋର ହିରୋ ଅଟନ୍ତି । ତେଣୁ ମୁଁ ଭାବିଲି କାହିଁକି ଏମିତି ଲୁକ ମୁଁ କରି ପାରିବି ନାହିଁ । ମୁଁ ମୋର ହିରୋଙ୍କୁ ଅନୁସରଣ କରିବି । ମୁଁ ଧୋନିଙ୍କୁ ମଧ୍ୟ ଦେଖିଥିଲି ଯିଏ ବିଶ୍ବକପ ଜିତିବା ପରେ କେଶ କାଟିଥିଲେ । ’’ ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ବିଟ୍ କରିଥିବା ଏକ ଭିଡିଓରେ କପିଲ ଦେବେ ଏପରି କହିଛନ୍ତି ।
ତେବେ ରିଚାର୍ଡସ୍ ସିଏସକେ ଟ୍ବିଟର ଜବାବ ଦେଇ କହିଛନ୍ତି, ତୁମେ ଠିକ୍ ଲୋକଙ୍କଠାରୁ ଅନୁପ୍ରାଣିତ ହୋଇଛ ବନ୍ଧୁ । ସୂଚନାଥାଉ କି, ଧୋନି 2007 ବିଶ୍ବ ଟି -20 ଜିତିବା ପରେ ନିଜର ପ୍ରସିଦ୍ଧ ଲମ୍ବା କେଶକୁ କାଟି ଥିଲେ । ଏବଂ 2011 ବିଶ୍ବକପ୍ ଜିତିବା ପରେ ସେ ଲଣ୍ଡା ମଧ୍ୟ ହୋଇଥିଲେ ।