ନୂଆଦିଲ୍ଲୀ: ବୋଲରଙ୍କୁ ଲମ୍ବା ବ୍ରେକ ପଡିପାରେ ମହଙ୍ଗା । ଏହି କହିଛନ୍ତି ଭେଟେରାନ ଭାରତୀୟ ବୋଲର ଆଶିଷ ନେହେରା । 3 ମାସରୁ ଅଧିର ସମୟ ଦୌଡିବାରୁ ବିରତ ରହିଲେ ବୋଲରଙ୍କୁ ମାଂସପେଶୀ ଜନିତ ଯନ୍ତ୍ରଣା ଭୋଗିବାକୁ ପଡିପାରେ ବୋଲି କହିଛନ୍ତି ନେହେରା ।
କେରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଭାରତରେ 3 ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପ୍ରିଲ 15ରେ ଲକଡାଉନ ଶେଷ ହେଉଥିଲେ ମଧ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ଅପେକ୍ଷାରେ ସମସ୍ତ ରହିଛନ୍ତି ।
ତେବେ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗକୁ ସ୍ଥଗିତ ରଖାଯାଇଛି ।