ETV Bharat / sports

‘ଟେଷ୍ଟ କ୍ରିକେଟ ପ୍ରତି ଦୃଷ୍ଟିକୋଣ ବଦଳାଇବାକୁ ହେବ’ - sangakara on test cricket

ଟଙ୍କା ଦଉଥିବା ଗାଈ ନଭାବି ଟେଷ୍ଟ କ୍ରିକେଟର ଉନ୍ନତି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରା । ଅଧିକ ପଢ଼ନ୍ତୁ...

‘Need to change how we look at Test Cricket,  sangakara on test cricket, ଟେଷ୍ଟ କ୍ରିକେଟ ପ୍ରତି ଦୃଷ୍ଟିକୋଣ ବଦଳାଇବାକୁ ହେବ
‘ଟେଷ୍ଟ କ୍ରିକେଟ ପ୍ରତି ଦୃଷ୍ଟିକୋଣ ବଦଳାଇବାକୁ ହେବ’
author img

By

Published : Jun 17, 2020, 2:02 AM IST

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା କହିଛନ୍ତି ଯେ ଟେଷ୍ଟ କ୍ରିକେଟ୍ କୁ “ଟଙ୍କା ଦଉଥିବା ଗାଈ” ଭାବରେ ବ୍ୟବହାର କରିବା ବନ୍ଦ କରିବା ଆବଶ୍ୟକ ଏବଂ ଆର୍ଥିକ ରିଟର୍ଣ୍ଣ ହେଉ କିମ୍ବା ନହେଉ ବୋର୍ଡଗୁଡିକ ଏହି ଫର୍ମାଟରେ ବିନିଯୋଗ ଜାରି ରଖିବା ଉଚିତ । ସ୍କାଏ ସ୍ପୋର୍ଟସ୍ କ୍ରିକେଟ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଆଥର୍ଟନଙ୍କ ସହ କଥାବାର୍ତ୍ତା କରି ସାଙ୍ଗକରା କହିଛନ୍ତି ଯେ ଫର୍ମାଟ୍ ବିଷୟରେ ସାରା ବିଶ୍ବରେ ଧାରଣା ବଦଳାଇବାର ଆବଶ୍ୟକତା ରହିଛି ।

“ଯଦି ଆପଣ ଟେଷ୍ଟ କ୍ରିକେଟକୁ ନଗଦ ଟଙ୍କା ଦେଉଥିବା ଗାଈ ଭାବରେ ବ୍ୟବହାର କରିବାକୁ ଯାଉଛନ୍ତି ମୁଁ ଭାବୁନାହିଁ ଯେ ଏହା କେବେ କାମ କରିବ । ଏହା ଆର୍ଥ ପ୍ରଦାନ କରିବ ନାହିଁ,’’ ବୋଲି ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ କହିଛନ୍ତି।

ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟି-20 ଯୁଗରେ ଦୀର୍ଘତମ ଫର୍ମାଟକୁ ନବଜୀବନ ଦେବା ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଆଣିଥିଲା। ବର୍ତ୍ତମାନ ମେରିଲେବୋନ କ୍ରିକେଟ୍ କ୍ଲବ (ଏମସିସି)ର ସଭାପତି ଥିବା ସାଙ୍ଗାକାରା ବିଶ୍ବାସ କରନ୍ତି ଯେ ଏଭଳି ଟୁର୍ଣ୍ଣାମେଣ୍ଟକୁ ବଜାୟ ରଖିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ, କିନ୍ତୁ ଟେଷ୍ଟ କ୍ରିକେଟ ଜୀବନ୍ତ ରହିବା ପାଇଁ ଏହା କରିବା ଆବଶ୍ୟକ।

“ପ୍ରତିଦ୍ବନ୍ଦିତା କିପରି ଗଠନ ହେବ ସେ ବିଷୟରେ କହିବାକୁ ଗଲେ, ଆଫଗାନିସ୍ତାନ ଏବଂ ଜିମ୍ବାୱେ, ଆୟର୍ଲାଣ୍ଡ ଏବଂ ବାଂଲାଦେଶ ଯେଉଁମାନେ ଖେଳରେ ଉନ୍ନତି କରୁଛନ୍ତି କିନ୍ତୁ ଛୋଟ ଫର୍ମାଟରେ ।’’

“ତେବେ ଆମେ ସେ ବିଷୟରେ କ’ଣ କରିବା ? ଆମେ ତାହା ଭୁଲିଯିବା କି ? ଦୁଇ ସ୍ତରୀୟ ଟେଷ୍ଟ କ୍ରିକେଟ୍ ... ଟେଷ୍ଟ ଚାମ୍ପିଅନସିପ୍ ... ଯାହା ଦରକାର ତାହା କରାଯିବା ଦରକାର । ତାହା ଯଦି କାମ କରେ ନାହିଁ, ତଥାପି ଏହାକୁ ବଜାୟ ରଖିବା ଉଚିତ,’’ ବୋଲି ସେ ଆହୁରି କହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.