ETV Bharat / sports

ବିଜୟରେ ଟି-ସାର୍ଟ ଖୋଲିଥିଲେ ଗାଙ୍ଗୁଲି, ପରାଜୟକୁ ଭୁଲିବାକୁ ଚାହାଁନ୍ତି ନାସିର ହୁସେନ

author img

By

Published : May 7, 2020, 2:47 PM IST

ଇଂଲଣ୍ଡ ବିପକ୍ଷରେ ବର୍ଷ 2002 ନଟୱେଷ୍ଟ ଫାଇନାଲ ମ୍ୟାଚର ବିଜୟରେ ଆତ୍ମହରା ହୋଇ ଲର୍ଡ୍ସ ବାଲକୋନିରେ, ନିଜର ଟି-ସାର୍ଟ ଖୋଲି ସେଲିବ୍ରେସନ କରିଥିଲେ କ୍ୟାପଟେନ ସୌରଭ ଗାଙ୍ଗୁଲି ।

Nasser Hussain wants to forget 2002 Natwest Final
ବିଜୟରେ ଟି-ସାର୍ଟ ଖୋଲିଥିଲେ ଗାଙ୍ଗୁଲି, ପରାଜୟକୁ ଭୁଲିବାକୁ ଚାହାନ୍ତି ନାସିର ହୁସେନ

ହାଇଦ୍ରାବାଦ: ସ୍ଥାନ ଥିଲା ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡ । ନିଜ ମାଟିରେ ଇଂଲଣ୍ଡକୁ ହରାଇ ଐତିହାସିକ ବିଜୟ ହାସଲ କରିଥିଲା ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ।

ଅବସର ଥିଲା ବର୍ଷ 2002 ନଟୱେଷ୍ଟ ଫାଇନାଲ ମ୍ୟାଚର । ଏହି ମ୍ୟାଚର ଏକ ଫଟୋକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଟ୍ବିଟ କରଯାଇ, ନାମକରଣ ପାଇଁ ଆହ୍ବାନ କରାଯାଇଥିଲା । ଏହାର ଉତ୍ତରରେ ଇଂଲଣ୍ଡର ତତ୍କାଳୀନ କ୍ୟାପଟେନ ନାସିର ହୁସେନ ମନେପକାଇବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ଭାରତ ସାମ୍ନାରେ 326 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ତେବେ ଏହି ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 146 ରନରେ 5ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ବ୍ୟାଟିଂ ପାାଇଁ ଯୁବ ଯୁବରାଜ ସିଂଙ୍କ ସାଥ ଦେଇଥିଲେ ମହମ୍ମଦ କୈଫ । ଉଭୟଙ୍କ ମଧ୍ୟରେ ମ୍ୟାଚ ବିଜୟୀ 121 ରନର ଦମଦାର ପାର୍ଟନରସିପ ହୋଇଥିଲା । ଫଳରେ ଉଭୟ ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଥିଲେ ।

69 ରନରେ ଯୁବରାଜ ଆଉଟ ହେବାପରେ, କୈଫ ବୋଲରଙ୍କ ସହ ମିଶି ବ୍ୟାଟିଂ ଜାରି ରଖିଥିଲେ । ଶେଷ ପର୍ଯ୍ୟନ୍ତ ରହି ଶେଷ ଓଭରରେ 3ଟି ବଲ ବାକିଥାଇ 2ୱିକେଟରେ ଭାରତକୁ ବିଜୟ ଦେଇଥିଲେ । ଏହି ବିଜୟରେ ଆତ୍ମହରା ହୋଇ ଲର୍ଡ୍ସ ବାଲକୋନିରେ, ନିଜର ଟି-ସାର୍ଟ ଖୋଲି ସେଲିବ୍ରେସନ କରିଥିଲେ କ୍ୟାପଟେନ ସୌରଭ ଗାଙ୍ଗୁଲି । ଇଂଲଣ୍ଡ ପକ୍ଷରୁ କ୍ୟାପଟେନ ନାସିର ହୁସେନଙ୍କ ଶତକୀୟ ଇଂନିସ ଫିକା ପଡିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.