ETV Bharat / sports

ନାଗେଶ ଟ୍ରଫି: ଫାଇନାଲରେ ଓଡିଶା ଦୃଷ୍ଟିହୀନ ପୁରୁଷ ଦଳ - odisha

ନାଗେଶ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଓଡିଶା ଦୃଷ୍ଟିହୀନ ପୁରୁଷ ଦଳ । ପଙ୍କଜ ଭୁଏଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ସେମିଫାଇନାଲରେ ଝାଡଖଣ୍ଡକୁ ମାତ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଓଡିଶା।

ଫଟୋ ସୌଜନ୍ୟ- ସମ୍ବାଦାଦାତା, କଟକ
author img

By

Published : Feb 9, 2019, 11:39 PM IST

କଟକ: ନାଗେଶ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଓଡିଶା ଦୃଷ୍ଟିହୀନ ପୁରୁଷ ଦଳ। ପଙ୍କଜ ଭୁଏଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ସେମିଫାଇନାଲରେ ଝାଡଖଣ୍ଡକୁ ମାତ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଓଡିଶା।

କୋଲକାତାର ଆଦିତ୍ୟ ଏକାଡେମୀ ସ୍ପୋର୍ଟସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଝାଡଖଣ୍ଡ। ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 105 ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରାଜୀଵ ରଞ୍ଜନ ସର୍ବାଧିକ 21 ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମାନ ଆଖିଦୃଶିଆ ଖେଳ ପ୍ରଦର୍ଶନ କରିପାରି ନଥିଲେ।

ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ମାତ୍ର 12 ଓଭରରେ ହିଁ ପାର କରି ଯାଇଥିଲା ଟିମ ଓଡିଶା । ଦଳ ପକ୍ଷରୁ ପଙ୍କଜ ଭୁଏ ସର୍ବାଧିକ 62 ରନ କରିଥିଲାବେଳେ ଲାଲ ପ୍ରସାଦ ସୋରେନ 30 ରନ କରିଥିଲେ । ଯାହା ଫଳରେ ଝାଡଖଣ୍ଡକୁ ପରାଜୟର ରାସ୍ତା ଦେଖାଇଥିଲା ଟିମ ଓଡିଶା । ଆସନ୍ତାକାଲି ଇଡେନ ଗାର୍ଡେନରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ଭେଟିବ ଟିମ ଓଡିଶା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Slug-କୁନ୍ତଳା କୁମାରୀଙ୍କ ଜୟନ୍ତି ସହ କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Format- AVB

Place- Khurda,8.2.19

Report- Govind Chandra Panda

ଆଙ୍କର : ଖୋର୍ଦ୍ଧା ସଂସ୍କୃତି ଭବନରେ ଜିଲା ପ୍ରଶାସନ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ କବୟିତ୍ରୀ କୁନ୍ତଳା କୁମାରୀ ସାବତଙ୍କ  120ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଗୀତା ଭବନ ପରିସରରେ ମଧ୍ୟ କୁନ୍ତଳା କୁମାରୀଙ୍କ ଜୟନ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଉଭୟ ଜାଗାରେ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହା ସହ ଗୀତା ଭବନ ପରିସରରେ କୁନ୍ତଳା କୁମାରୀଙ୍କ ଜୟନ୍ତି ଅବସରରେ ଆମେ ତୁମେ ସେମାନେ ଅନୁଷ୍ଠାନ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । 

ବାଇଟ 1- ରାଜକିଶୋର ପାଣିଗ୍ରାହୀ, କବି
         2- ପ୍ରଣତି ସୁଭଦର୍ଶିନୀ ପରିଡା , କନ୍ୟା ସନ୍ତାନର ମା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ

Visual by mojo

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.