ଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ରଣଜୀ ମ୍ୟାଚ ସମୟରେ ନାଡା 2 ଖେଳାଳିଙ୍କ ନମୁନା ସଂଗ୍ରହ କରିଛି । ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଚାଲୁଥିବା ସମୟରେ ହାଇଦ୍ରାବାଦର ଖେଳାଳି ତନ୍ମୟ ଓ ଦିଲ୍ଲୀର ଖେଳାଳି କୃଣାଳଙ୍କ ଡୋପିଂ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିଛି ନାଡା ।
ବିସିଆଇର ଏକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ନାଡା ଅଧିକାରୀ ଅଣ୍ଡର-19, ଅଣ୍ଡର-23 ଓ ମହିଳାଙ୍କ ମ୍ୟାଚ ସମୟରେ ନମୁନା ସଂଗ୍ରହ କରିବେ । ସୂଚନାନୁସାରେ ନାଡା ନମୁନାମାନ ଯାଞ୍ଚ ପାଇଁ ଦୋହାର ଏକ ମାନ୍ୟତାପ୍ରାପ୍ତ ପ୍ରୟୋଗଶାଳାର ବ୍ୟବହାର କରୁଛି ।