ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଭେଟେରାନ ୱିକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି 39ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ବୋଲର ସନ୍ଦୀପ ଶର୍ମା ଧୋନିଙ୍କୁ ନେଇ ରଖିଛନ୍ତି ବଡ ବୟାନ । ସନ୍ଦୀପ କହିଛନ୍ତି, "ଧୋନିଙ୍କ ନେତୃତ୍ବରେ ଖେଳିବା ତାଙ୍କର ଦୀର୍ଘ ଦିନର ସ୍ବପ୍ନ । ଏହି ସ୍ବପ୍ନ ଦିନେ ସତ ହେବ ମାହି ଭାଇଙ୍କ (ଧୋନି) ଅଧିନାକତ୍ବରେ ଖେଳିବାର ସୁଯୋଗ ମିଳିବ ବୋଲି ବିଶ୍ବାସ ରହିଛି ।"
ସନ୍ଦୀପ ଭାରତୀୟ ଟିମରେ ମାତ୍ର ଦୁଇଟି ମ୍ୟାଚ ଖେଳିଛନ୍ତି । 2015ରେ ଭାରତୀୟ ଟିମର ଜିମ୍ବାୱେ ଗସ୍ତରେ ଦୁଇଟି ଟି-20 ମ୍ୟାଚ, ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ ଖେଳିଛନ୍ତି ।
ଧୋନି ଭାରତୀୟ ଟିମର ସଫଳ କ୍ୟାପଟେନ ରହିଛନ୍ତି । ଧୋନିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ, ଟି-20 ବିଶ୍ବକପ ଓ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଛି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ସଫଳ କ୍ୟାପଟେନ ରହିଛନ୍ତି ଧୋନି ।