ନୂଆଦିଲ୍ଲୀ: ମାତ୍ର 17 ବର୍ଷ ବୟସରେ ଅଗଷ୍ଟ 2002ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥୀବ ପଟେଲ । 19 ବର୍ଷରୁ କମ ଭାରତୀୟ ଦଳର ନେତୃତ୍ବ ଭାର ମଧ୍ୟ ସମ୍ଭାଳିଥିଲେ । ମାତ୍ର ଏହାର ମାସକ ପରେ ଜାତୀୟ ଦଳରେ ଯୋଗ ଦେଇଥିଲେ । ଗୋଟିଏ ରଣଜୀ ମ୍ୟାଚ ନଖେଳି ମଧ୍ୟ, 35 ବର୍ଷୀୟ ଗୁଜୁରାଟ ବ୍ୟାଟ୍ସମ୍ୟାନ୍ ପାର୍ଥୀବ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।
ପଟେଲ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଭଲ ସଫଳତା ହାସଲ କରିଥିଲେ । ଟେଷ୍ଟ ଫର୍ମାଟରେ ୱିକେଟ୍ କିପର ଓପନିଂ ସୁଯୋଗ ମଧ୍ୟ ମିଳିଥିଲା । ତେବେ ପ୍ରଭାବି ପ୍ରଦର୍ଶନ ବଜାୟରଖି ନପାରିବାରୁ ଚୟନକର୍ତ୍ତାଙ୍କ ବିଶ୍ବାସ ସହ ଦଳରୁ ସ୍ଥାନ ହରାଇଲେ । ତେବେ ଯେଉଁ ବୟସରେ ପାର୍ଥୀବ ଦଳରୁ ବାଦ୍ ପଡିଲେ, ସାଧାରଣତଃ ସମାନ ବୟସରେ ଖେଳାଳିମାନେ ସାଧାରଣତଃ ଡେବ୍ୟୁ କରନ୍ତି ।
ବର୍ଷ 2004 ରେ ପାର୍ଥିବ ପଟେଲଙ୍କ ସ୍ଥାନ ହରାଇବାର ପ୍ରାୟ 14 ମାସ ପରେ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳକୁ ଆସିଥିଲେ । ଧୋନି ବିଚକ୍ଷଣ ୱିକେଟକିପିଂ ସହ ବ୍ୟାଟିଂ ଦକ୍ଷତା ବ୍ୟାଟିଂ ପଟେଲର ଦଳକୁ ଫେରିବା ରାସ୍ତା ବନ୍ଦ କରିଥିଲା । ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଆକ୍ରମଣକାରୀ ଓ ମ୍ୟାଚ ବିଜେତା ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ମିଳିଲା ।
ତେବେ ଏହି ସବୁ ପରିପ୍ରେକ୍ଷୀରେ ପାର୍ଥିବ କୁହନ୍ତି, "ଅନେକ ଲୋକ ମୋତେ କହିଥିଲେ ଯେ ମୁଁ ଏକ ଭୁଲ ଯୁଗରେ ଜନ୍ମ ହୋଇଛି ଏବଂ ଏହା ଧୋନିଙ୍କ ଯୁଗ । କିନ୍ତୁ ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ ଧୋନିଙ୍କ ପୂର୍ବରୁ ମୁଁ ମୋର ଭାରତରେ ଡେବ୍ୟୁ ହୋଇଥିଲା । ମୋର କ୍ୟାରିୟରରେ କେବେ ସହାନୁଭୁତି ଚାହିଁ ନଥିଲି । ଧୋନିଙ୍କ ଉପସ୍ଥିତି ହେତୁ କ୍ୟାରିୟର ଶେଷ ହୋଇଗଲା ବୋଲି ମଧ୍ୟ ଭାବେନି । ପ୍ରଦର୍ଶନ ସଠିକ୍ ନଥିଲା ଏବଂ ସେଥିପାଇଁ ଅନ୍ୟମାନେ ସୁଯୋଗ ପାଇଲେ । ଦିନେଶ କାର୍ତ୍ତିକଙ୍କୁ ପ୍ରଥମେ ଓ ପରେ ଏମଏସ ଧୋନିଙ୍କୁ ସୁଯୋଗ ମିଳିଲା । ଯଦି ମୁଁ ଭଲ ପ୍ରଦର୍ଶନ କରିଥାନ୍ତି ତେବେ ମୋତେ କେହି ବଦଳାଇ ପାରିନଥାନ୍ତେ ।’’