ETV Bharat / sports

ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର

author img

By

Published : Dec 28, 2020, 5:14 PM IST

ବର୍ଷ 2011 ନଟିଂଘାମ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ ବିବାଦୀୟ ରନ ଆଉଟ ପରେ ପାଭିଲିୟନ ଫେରୁଥିଲେ । ମାତ୍ର ଖେଳୁଆଡ ମନୋଭାବ ଦେଖାଇ ପୁଣି ବ୍ୟାଟିଂ ପାଇଁ ଡାକିଥିଲେ ଧୋନି । ଅଧିକ ପଢନ୍ତୁ...

MS Dhoni wins ICC Spirit of Cricket Award of the Decade
ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଘୋଷଣା ହୋଇଛି ପ୍ରତିକ୍ଷୀତ ଦଶନ୍ଧିର ଆଇସିସି ସ୍ପିରିଟ ଅଫ୍ କ୍ରିକେଟ ପୁରସ୍କାର ବିଜେତାଙ୍କ ନାମ । ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର ।

  • 🇮🇳 MS DHONI wins the ICC Spirit of Cricket Award of the Decade 👏👏

    The former India captain was chosen by fans unanimously for his gesture of calling back England batsman Ian Bell after a bizarre run out in the Nottingham Test in 2011.#ICCAwards | #SpiritOfCricket pic.twitter.com/3eCpyyBXwu

    — ICC (@ICC) December 28, 2020 " class="align-text-top noRightClick twitterSection" data=" ">

କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଏ । ବର୍ଷ 2011 ନଟିଂଘାମ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ ବିବାଦୀୟ ରନ ଆଉଟ ପରେ ପାଭିଲିୟନ ଫେରୁଥିଲେ । ମାତ୍ର ଖେଳୁଆଡ ମନୋଭାବ ଦେଖାଇ ପୁଣି ବ୍ୟାଟିଂ ପାଇଁ ଡାକିଥିଲେ ଧୋନି । ପ୍ରତିପକ୍ଷ ଦଳର ହୋଇଥିଲେ ମଧ୍ୟ ଧୋନିଙ୍କ ଏପରି ବିଚାରକୁ କ୍ରିକେଟ ଜଗତ ପ୍ରଶଂସା କରିଥିଲା । ସେତେବେଳେ କ୍ୟାପଟେନ କୁଲ ଧୋନିଙ୍କ ଏପରି ସ୍ବଭାବ ବିଶ୍ବର ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦୟକୁ ଛୁଇଁଥିଲା ।

ଏହା 2011 ବର୍ଷର ସ୍ପିରିଟ ଅଫ ଦ କ୍ରିକେଟ ପୁରସ୍କାର ମଧ୍ୟ ଜିତିଥିଲା ।

ଧୋନିଙ୍କ ଏହି ହୃଦୟସ୍ପର୍ଶୀ ବିଚାର ଗତ ଦଶ ବର୍ଷରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଟ୍ବିଟ ଯୋଗେଁ ଘୋଷଣା କରାଯାଇଛି ।

ପୂର୍ବରୁ ରବିବାର ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଦଳର କ୍ୟାପଟେନ ଭାବେ ମଧ୍ୟ ଧୋନିଙ୍କୁ ଚୟନ କରାଯାଇଛି ।

ନଜର ପକାନ୍ତୁ ଆଇସିସି ଆୱାର୍ଡ 2020ବିଜେତାଙ୍କ ସଂପୂର୍ଣ୍ଣ ସୂଚୀ ଉପରେ...

ଏଲିସ ପେରୀ-- ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଖେଳାଳି, ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଟି-20 ଖେଳାଳି ଓ ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ ଖେଳାଳି

ମହେନ୍ଦ୍ର ସିଂହ ଧୋନି-- ଦଶନ୍ଧିର ଆଇସିସି ସ୍ପିରିଟ ଅଫ କ୍ରିକେଟ ଆୱାର୍ଡ

ବିରାଟ କୋହଲି -- ସାର୍ ଗାର୍ଫାଏଡ ସୋବର୍ସ ଆୱାର୍ଡ, ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଆଇସିସି ଦିନିକିଆ ଖେଳାଳି

ରସିଦ ଖାନ -- ଦଶନ୍ଧିର ଶ୍ରେଷ୍ଠ ଆଇସିସି ପୁରୁଷ ଟି-20 ଖେଳାଳି

ଷ୍ଟିଭ ସ୍ମିଥ -- ଦଶନ୍ଧିର ଶ୍ରେଷ୍ଠ ଆଇସିସି ପୁରୁଷ ଟେଷ୍ଟ ଖେଳାଳି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.