ETV Bharat / sports

ମାହିଙ୍କ ମନ କିଣିଛି ନିଜ ଫାର୍ମ ଷ୍ଟ୍ରବେରୀ

author img

By

Published : Jan 8, 2021, 7:28 PM IST

ନିଜ ଫାର୍ମ ଷ୍ଟ୍ରବେରୀରୁ ମନ ଛାଡୁନି ମାହିଙ୍କର । ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ'ଣ କହିଛନ୍ତି ମାହି ପଢନ୍ତୁ ସମ୍ପୂର୍ଣ୍ଣ ଖବର..

strawberry
strawberry

ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଜିକାଲି ଜୈବିକ ଚାଷ କରୁଥିବାର ଦେଖିବାକୁ ମିଳୁଛି । ତେବେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି 23 ସେକେଣ୍ଡର ଭିଡିଓକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଭିଡିଓରେ ମାହି ନିଜ ଫାର୍ମରେ ଚାଷ କରିଥିବା ଷ୍ଟ୍ରବେରୀ ଫଳକୁ ତୋଳି ଖାଉଥିବାର ଦେଖିବାକୁ ମିଳୁଛି ।

ଏପରି ଏକ ଭିଡିଓ ସେୟାର କରିବା ପରେ ମାହି ଲେଖିଛନ୍ତି ଯେ, ଏପରି ଯଦି ଫାର୍ମକୁ ଆସିଲି, ତେବେ ଗୋଟିଏ ବି ଷ୍ଟ୍ରବେରୀ ବଜାରରେ ବିକ୍ରି ହୋଇ ପାରିବ ନାହିଁ । ତେବେ ମାହିଙ୍କ କଥାରୁ ବେଶ୍ ଜଣା ପଡୁଛି ନିଜ ଫାର୍ମର ଷ୍ଟ୍ରବେରୀ ତାଙ୍କ ମନ କିଣି ନେଇଛି ।

ସୂଚନାଥାଉକି, ମାହି ଆଇପିଏଲ-2020 ପରେ ସେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲ ଭାରତରେ ଖେଳାଯିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.