ETV Bharat / sports

ସିଏସକେ ସେୟାର କଲା ଧୋନିଙ୍କ ଟ୍ରାକ୍ଟର ଚଲାଇବା ଭିଡିଓ - ଧୋନିଙ୍କ ଟ୍ରାକ୍ଟର ଚଲାଇବା ଭିଡିଓ

ଲକଡାଉନ ବେଳେ ଟ୍ରାକ୍ଟର ଚଲାଉଥିବାର ନଜର ଆସିଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଭିଡିଓ ସେୟାର କଲା ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢ଼ନ୍ତୁ...

MS Dhoni seen driving tractor, video posted by Chennai Super Kings, ଧୋନିଙ୍କ ଟ୍ରାକ୍ଟର ଚଲାଇବା ଭିଡିଓ, ସିଏସକେ
ସିଏସକେ ସେୟାର କଲା ଧୋନିଙ୍କ ଟ୍ରାକ୍ଟର ଚଲାଇବା ଭିଡିଓ
author img

By

Published : Jun 4, 2020, 11:59 PM IST

ହାଇଦ୍ରାବାଦ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କରୋନାଭାଇରସ ମହାମାରୀ ହେତୁ ଚାଲିଥିବା ଲକଡାଉନ ସମୟରେ ଏକ ଲୋ ପ୍ରୋଫାଇଲ ବଜାୟ ରଖିଛନ୍ତି । ବର୍ତ୍ତମାନର ତଥା ପୂର୍ବତନ ଭାରତୀୟ କ୍ରିକେଟ ତାରକାମାନେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଜୋଡି ହେବା କିମ୍ବା କ୍ରିକେଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ମତାମତ ବିଷୟରେ ଆଲୋଚନା କରିଥିବା ବେଳେ ଧୋନି ସମ୍ପୂର୍ଣ୍ଣ ନିରବ ରହିଛନ୍ତି।

ତାଙ୍କ ଭବିଷ୍ୟତ ବିଷୟରେ ମଧ୍ୟ ଅନେକ ଆଲୋଚନା ହୋଇଛି । ଧୋନି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେବେ ଏବଂ ଟି-20 ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଇପିଏଲ ବର୍ତ୍ତମାନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଥିବାବେଳେ ଆଇସିସି ଖୁବ ଶୀଘ୍ର ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପର ଭାଗ୍ୟ ଉପରେ ଏକ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି।

ମଙ୍ଗଳବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ ଧୋନି ଟ୍ରାକ୍ଟର ଚଲାଉଥିବାର ଏକ ଭିଡିଓ ପୋଷ୍ଟ କରିଛି, “ଥାଲା ଧୋନି ତାଙ୍କର ନୂତନ ବାହନରେ ରାଜା ସାରଙ୍କୁ ଭେଟିଛନ୍ତି!’’ ଏହି ପୋଷ୍ଟ ଟି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା ରାଜାଙ୍କ ଜନ୍ମଦିନ ଅବସରରେ କରାଯାଇଥିଲା ।

ମେସିନ ପ୍ରତି ଭଲପାଇବା ପାଇଁ ବେଶ୍‌ ଜଣାଶୁଣା ମାହି ଏବଂ ତାଙ୍କ ପାଖରେ କାର ଏବଂ ବାଇକର ଏକ ବଡ଼ ସଂଗ୍ରହ ଅଛି । ନିକଟରେ ଧୋନିଙ୍କ ପତ୍ନୀ ସାକ୍ଷୀ ଲକଡାଉନ ସମୟରେ ଧୋନିଙ୍କୁ ବ୍ୟସ୍ତ ରଖୁଥିବା ବିଷୟରେ କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.