ETV Bharat / sports

ଟିମ ଇଣ୍ଡିଆକୁ ଧୋନିଙ୍କ ଆତିଥେୟତା: ପ୍ରଥମେ ଡ୍ରାଇଭର, ପରେ ୱେଟର

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ପୂର୍ବରୁ ଟିମ ଇଣ୍ଡିଆକୁ ଧୋନୀଙ୍କ ଅତିଥେୟତା । ଭାରତୀୟ ଖେଳାଳୀଙ୍କୁ ଘରକୁ ଡାକି ରାତ୍ରୀ ଭୋଜନ କରାଇଛନ୍ତି ଏମ.ଏସ. ଧୋନୀ ।

author img

By

Published : Mar 7, 2019, 3:23 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆସନ୍ତାକାଲି ରାଞ୍ଚିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ । ଆଉ ଏଥିପାଇଁ ଭାରତୀୟ ଖେଳାଳୀ ମଧ୍ୟ ପହଞ୍ଚି ସାରିଛନ୍ତି । ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ତେବେ ଧୋନିଙ୍କ ସହରରେ ଖୁବ ମସ୍ତି କରୁଛନ୍ତି ଭାରତୀୟ ଖେଳାଳୀ । ନିଜ ଘରେ ଟିମ ଇଣ୍ଡିଆକୁ ରାତ୍ରି ଭୋଜନ ପରଷିଛନ୍ତି ମାହି ।

ଧୋନିଙ୍କ ଘରେ ଏଥିପାଇଁ ସୁନ୍ଦର ପ୍ରସ୍ତୁତି ହୋଇଥିଲା । ଡିନର ଟେବୁଲରେ ସଜେଇ ହୋଇଥିବା କ୍ୟାଣ୍ଡେଲ ସମସ୍ତଙ୍କୁ ବେଶ ଆକର୍ଷଣ କରୁଥିଲା । ପତ୍ନୀ ରାକ୍ଷୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିଲା ପୁରା ଆୟୋଜନ । ଆତିଥ୍ୟକୁ ନେଇ ପୁରା ଅଭିଭୂତ ହୋଇଯାଇଥିଲେ ଭାରତୀୟ ଖେଳାଳୀ । ୟୁଜବେନ୍ଦ୍ର ଚହଲ ନିଜ ଟ୍ବିଟର ଆକାଉଣ୍ଟରେ ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି । କହିଛନ୍ତି, ମାହି ଭାଇ ଆପଣଙ୍କୁ ଧନ୍ୟବାଦ ।

ରାତ୍ରୀ ଭୋଜନ ପୂର୍ବରୁ ହମର କାରରେ ଧୋନି ବୁଲୁଥିବା ଦେଖିବାକୁ ମିଳିଥିଲା । କେଦାର ଯାଦବ ଏବଂ ଋଷବ ପନ୍ଥକୁ ପୁରା ରାଞ୍ଚି ସହର ବୁଲାଇଥିଲେ ଏମ.ଏସ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କହିରଖୁଛୁ, ପୂର୍ବରୁ ମଧ୍ୟ ରାଞ୍ଚିରେ ମ୍ୟାଚ ଥିଲେ ଧୋନି ଭାରତୀୟ ଟିମ ପାଇଁ ପାର୍ଟି ଆୟୋଜନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.