ETV Bharat / sports

ଧୋନି ଓ କୋହଲି ମୋ ପୁଅ ସହ ବିଶ୍ବାସଘାତକତା କରିଛନ୍ତି: ଯୋଗରାଜ ସିଂହ

author img

By

Published : May 5, 2020, 8:26 PM IST

ଯୁବରାଜଙ୍କୁ ଧୋନି କିମ୍ବା କୋହଲିଙ୍କ ସମର୍ଥନ ମିଳିନାହିଁ । ଯୁବରାଜ ପିଠିରେ ଛୁରା ମାରିବା ଭଳି କାମ କରିଛନ୍ତି ବୋଲି କହିଲେ ଯୋଗରାଜ ସିଂହ । ଅଧିକ ପଢ଼ନ୍ତୁ...

MS Dhoni and Virat kohli, dhoni and kohli back-stab Yuvraj singh, yuvi's father Yograj Singh, ଧୋନି ଓ କୋହଲି, ମୋ ପୁଅ ସହ ବିଶ୍ବାସଘାତକତା କରିଛନ୍ତି, ଯୋଗରାଜ ସିଂହ
ଧୋନି ଓ କୋହଲି ମୋ ପୁଅ ସହ ବିଶ୍ବାସଘାତକତା କରିଛନ୍ତି: ଯୋଗରାଜ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ହୁଏତ କ୍ରିକେଟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି, କିନ୍ତୁ ବାରମ୍ବାର ରାଞ୍ଚିର ଏହି ସୁପରଷ୍ଟାର କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ଦ୍ବାରା ସମାଲୋଚିତ ହୋଇଛନ୍ତି । ଯୁବରାଜଙ୍କୁ ବିଶ୍ବସ୍ତରୀୟ କ୍ରିକେଟର ହେବାରେ ଅନେକ ସାହାଯ୍ୟ କରିଛନ୍ତି ଯୋଗରାଜ । ଯୋଗରାଜ ଅନେକ ସମୟରେ ଯୁବରାଜଙ୍କୁ ସମର୍ଥନ କରିନଥିବାରୁ ଧୋନିଙ୍କୁ ଅନେକ ଥର ନିନ୍ଦା କରିଛନ୍ତି । ବର୍ତ୍ତମାନ ସେ ଆଉ ଏକ ବଡ ମନ୍ତବ୍ୟ ଦେଇଛନ୍ତି ଯେ ଉଭୟ ଏମଏସ ଧୋନି ଏବଂ ବିରାଟ କୋହଲି ଯୁବରାଜଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ଯାହା ଜଣଙ୍କ ପିଠିରେ ଛୁରା ମାରିବା ଭଳି ।

ନିକଟରେ ଯୁବରାଜ ଏହା ମଧ୍ୟ ମତ ଦେଇଥିଲେ ଯେ, ଅଧିନାୟକତ୍ବ ଦୃଷ୍ଟିରୁ ସେ ବିରାଟ କୋହଲି ଏବଂ ଧୋନିଙ୍କଠାରୁ ଯେତିକି ସମର୍ଥନ ପାଇନାହାଁନ୍ତି, ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ପାଇଛନ୍ତି ।

ଏକ ଚାଟ ସୋରେ ଯୋଗରାଜଙ୍କୁ ଧୋନି ଏବଂ କୋହଲି ଯୁବରାଜଙ୍କ ସହ ବିଶ୍ବାସଘାତକତା କରିଛନ୍ତି କି ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ଯୋଗରାଜ କହିଥିଲେ ଯେ, “ଏହି ଦୁଇଜଣଙ୍କ ସହିତ ଚୟନକର୍ତ୍ତାମାନେ ମଧ୍ୟ ତାଙ୍କ ପ୍ରତି ବିଶ୍ବାସ ଘାତକତା କରିଛନ୍ତି । ମୁଁ ନିକଟରେ ରବିଙ୍କୁ ଭେଟିଥିଲି । ସେ ମୋ ସହ ଏକ ଫଟୋ ଉଠାଇବାକୁ କହିଥିଲେ । ମୁଁ ତାଙ୍କୁ ଡାକିଲି ଏବଂ କହିଲି ଯେ ସମସ୍ତ ମହାନ ଖେଳାଳି ସେମାନଙ୍କ ପ୍ରଦର୍ଶନ ଉପରେ ଆଧାର କରି ଏକ ଭଲ ବିଦାୟ ପାଇବା ଉଚିତ। ଯେତେବେଳେ ଧୋନି, କୋହଲି କିମ୍ବା ରୋହିତ ଅବସର ନେବେ, ମୁଁ ବୋର୍ଡକୁ ଅନୁରୋଧ କରିବି ଯେ ସେମାନେ ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି, ତାଙ୍କୁ ଏକ ଭଲ ବିଦାୟ ଦେବେ। ଅନେକ ଯୁବରାଜଙ୍କ ପିଠିରେ ଛୁରା ମାରିବା ଭଳି କାର୍ଯ୍ୟ କରିଛନ୍ତି ଯାହା ମତେ ବହୁତ କଷ୍ଟ ଦେଇଛି ।’’

ଭାରତୀୟ କ୍ରିକେଟର ମହାନ ଅଲରାଉଣ୍ଡର ଯୁବରାଜ 10 ଜୁନ 201 ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯୋଗରାଜ ପୂର୍ବତନ ଭାରତୀୟ ଚୟନକର୍ତ୍ତା ଶରଣଦୀପ ସିଂହଙ୍କୁ ମଧ୍ୟ ନିନ୍ଦା କରିବା ସହ କମ ଅଭିଜ୍ଞ ଚୟନକର୍ତ୍ତା ନିଯୁକ୍ତ କରିବା ପାଇଁ ବିସିସିଆଇକୁ ମଧ୍ୟ ନିନ୍ଦା କରିଥିଲେ।

“ଭାରତୀୟ ଚୟନକର୍ତ୍ତା ଶରଣଦୀପ ସିଂ, ସେ ବୈଠକ ମାନଙ୍କରେ ଯାଇ କହୁଥିଲେ ଯେ ଯୁବରାଜଙ୍କୁ ଡ୍ରପ କରି ଦିଆଯାଉ । ଏହିପରି ବ୍ୟକ୍ତି ଚୟନକର୍ତ୍ତା ଭାବରେ ନିଯୁକ୍ତ, ଯେଉଁମାନେ କ୍ରିକେଟର ABC ମଧ୍ୟ ଜାଣନ୍ତି ନାହିଁ । ଆପଣ ସେମାନଙ୍କଠାରୁ କ’ଣ ଆଶା କରନ୍ତି ? ଯେତେବେଳେ କେହି ଆପଣଙ୍କ ସହ ବିଶ୍ବାସ ଘାତକତା କରନ୍ତି ତେବେ ତାହା ବହୁତ କଷ୍ଟ ଦେଇଥାଏ ।’’

ନିକଟରେ ଏକ ଲାଇଭ ଚାଟରେ, ଯୁବରାଜ କହିଥିଲେ ଯେ, କିପରି ସୁରେଶ ରାଇନାଙ୍କୁ ଧୋନିଙ୍କ ସମର୍ଥନ ଥିଲା ଏବଂ ଯୁବରାଜଙ୍କ ପୂର୍ବରୁ 2011 ବିଶ୍ବକପ ଦଳ ପାଇଁ ତାଙ୍କୁ ନିଆଯିବା ପାଇଁ ବିଚାର କରାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.