ETV Bharat / sports

MPL ହାତେଇଲା ଟିମ୍ ଇଣ୍ଡିଆର ନୂଆ କିଟ୍ ପ୍ରାୟୋଜକ

ଫାଣ୍ଟାସି ଗେମିଂ ପ୍ଲାର୍ଟଫର୍ମ ମୋବାଇଲ ପ୍ରିମିୟର ଲିଗ (MPL) ଭାରତୀୟ କ୍ରିକେଟ ଟିମର ନୂଆ (ପୋଷାକ) ପ୍ରାୟୋଜକ ହେଲା । ଭାରତୀୟ ସିନିୟର ପୁରୁଷ ଓ ଟିମ, ଇଣ୍ଡିଆ -ଏ, ଓ 19 ବର୍ଷରୁ କମ ଟିମ ପାଇଁ ଏହି ଚୁକ୍ତି ହୋଇଛି । ପ୍ରତି ମ୍ୟାଚ ପାଇଁ 65 ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଛି ।

author img

By

Published : Nov 2, 2020, 7:58 PM IST

MPL new apparel sponsor of Indian cricket team
MPL ଭାରତୀୟ କ୍ରିକେଟ ଟିମର ନୂଆ ପୋଷାକ ପ୍ରାୟୋଜକ

ନୂଆଦିଲ୍ଲୀ: ଫାଣ୍ଟାସି ଗେମିଂ ପ୍ଲାର୍ଟଫର୍ମ ମୋବାଇଲ ପ୍ରିମିୟର ଲିଗ (MPL) ଭାରତୀୟ କ୍ରିକେଟ ଟିମର ନୂଆ (ପୋଷାକ) ପ୍ରାୟୋଜକ ହୋଇଛି । 3 ବର୍ଷ ପାଇଁ ଏହି ଚୁକ୍ତି ହାତେଇଛି ଏମପିଏଲ । ଏନେଇ ବିସିସିଆଇ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।

MPL new apparel sponsor of Indian cricket team
ବିସିସିଆଇ

ବିସିସିଆଇ ଏମପିଏଲ ସହ ଏହି ହାଇପ୍ରୋଫାଇଲ ଚୁକ୍ତି କରିଥିବା ଆପେକ୍ସ କାଉନସିଲର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି । ଏଥିସହ ନାଇକର ସ୍ଥାନ ନେଇଛି ଫାଣ୍ଟାସି ଗେମିଂ ପ୍ଲାର୍ଟଫର୍ମ ମୋବାଇଲ ପ୍ରିମିୟର ଲିଗ ।

ଭାରତୀୟ କ୍ରିକେଟ ଟିମ

ଭାରତୀୟ ସିନିୟର ପୁରୁଷ ଓ ଟିମ, ଇଣ୍ଡିଆ -ଏ, ଓ 19 ବର୍ଷରୁ କମ ଟିମ ପାଇଁ ଏହି ଚୁକ୍ତି ହୋଇଛି । ପ୍ରତି ମ୍ୟାଚ ପାଇଁ 65 ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଛି । ପୂର୍ବରୁ ନାଇକ୍ 88 ଲକ୍ଷ ଟଙ୍କା ଦେଉଥିଲା ।

ପୂର୍ବରୁ ପୁମା ଓ ଆଦିଦାସ ଏହି ପ୍ରାୟୋଜକ ଦୌଡରେ ରହିଥିଲେ । ମାତ୍ର ଚୁକ୍ତି ମୂଲ୍ୟ ପୈଠ କରିବା ପରିବର୍ତ୍ତେ ମୂଳ ଚୁକ୍ତିର ଏକତୃତୀୟାଂଶ କମ କରିବାକୁ ଦାବି କରିଥିଲେ ।

ନାଇକ୍ 2016ରୁ 2020 ପର୍ଯ୍ୟନ୍ତ 5 ବର୍ଷର ଚୁକ୍ତି ଅନୁଯାୟୀ, 370 କୋଟି ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.