ETV Bharat / sports

ଜାଣନ୍ତୁ, ବିଶ୍ବର ସର୍ବବୃହତ ଷ୍ଟାଡିୟମ ‘ମୋଟେରା’ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ - cricket stadium

ଗୁଜୁରାଟର ଅହମଦାବାଦଠାରେ ନିର୍ମାଣ ହୋଇଛି ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ‘ମୋଟେରା’ । ଯେଉଁଠି ଆଜି ଚଳିତ ବର୍ଷର ସମ୍ଭବତଃ ସବୁଠାରୁ ବଡ କାର୍ଯ୍ୟକ୍ରମ ‘ନମସ୍ତେ ଟ୍ରମ୍ପ’ ଅନୁଷ୍ଠିତ ହେବାକୁ ଯାଉଛି । ନଜର ପକାନ୍ତୁ ମୋଟେରା ଷ୍ଟାଡିୟମରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ-

motera-stadium-all-you-need-to-know-about-the-worlds-largest-cricket-stadium
ଜାଣନ୍ତୁ, ବିଶ୍ବର ସର୍ବବୃହତ ଷ୍ଟାଡିୟମ ‘ମୋଟେରା’ ବିଷୟରେ ପୁରା ତଥ୍ୟ
author img

By

Published : Feb 24, 2020, 1:35 PM IST

ହାଇଦ୍ରାବାଦ: ବିଶ୍ବରେ ରହିଛି ଅନେକ ବିଶାଳକାୟ ଷ୍ଟାଡିୟମ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ଷ୍ଟାଡିୟମ ବୋଲି ଦାବି ହୁଏ । କିନ୍ତୁ ଏହି ରେକର୍ଡରେ ଏବେ ଭାଙ୍ଗିବାକୁ ଯାଉଛି । କାରଣ ଗୁଜୁରାଟର ଅହମ୍ମଦାବାଦଠାରେ ନିର୍ମାଣ ହୋଇଛି ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ‘ମୋଟେରା’ । ଯେଉଁଠି ଆଜି ଚଳିତ ବର୍ଷର ସମ୍ଭବତଃ ସବୁଠାରୁ ବଡ କାର୍ଯ୍ୟକ୍ରମ ‘ନମସ୍ତେ ଟ୍ରମ୍ପ’ ଅନୁଷ୍ଠିତ ହେବାକୁ ଯାଉଛି ।

ଜାଣନ୍ତୁ, ବିଶ୍ବର ସର୍ବବୃହତ ଷ୍ଟାଡିୟମ ‘ମୋଟେରା’ ବିଷୟରେ ପୁରା ତଥ୍ୟ

ତେବେ ଏହି ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତାକୁ ଦୃଷ୍ଟିରେ ରଖି ଏହାକୁ ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ବୋଲି କୁହାଯାଉଛି । ଏହି ଷ୍ଟାଡିୟମରେ ଦର୍ଶକ ବସିବା କ୍ଷମତା 1.10ଲକ୍ଷ ରହିଛି । ଯେତେବେଳେ କି ମେଲବର୍ଣ୍ଣର ଦର୍ଶକ ବସିବା କ୍ଷମତା 90ହଜାର ରହିଛି । ନିକଟରେ ବିସିସିଆଇ ଟ୍ବିଟର ହ୍ୟାଣ୍ଡଲରେ ଷ୍ଟାଡିୟମର ଫଟୋ ପୋଷ୍ଟ କରି ଏହା ବିଶ୍ବର ସର୍ବବୃହତ ଷ୍ଟାଡିୟମ ବୋଲି ଦାବି କରିଛି । ତେବେ ଏହି ଷ୍ଟାଡିୟମରେ କ୍ରିକେଟ ବ୍ୟତିତ ହକି, ଫୁଟୁବଲ ଓ ଟେନିସ ଗ୍ରାଉଣ୍ଡ ମଧ୍ୟ ରହିଛି ।

motera-stadium-all-you-need-to-know-about-the-worlds-largest-cricket-stadium
ବିଶ୍ବର ସର୍ବବୃହତ ଷ୍ଟାଡିୟମ ‘ମୋଟେରା’ ବିଷୟରେ ପୁରା ତଥ୍ୟ

ନଜର ପକାନ୍ତୁ ମୋଟେରା ଷ୍ଟାଡିୟମୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ-

  • ଗୁଜୁରାଟ କ୍ରିକେଟ ଆସୋସିଏସନର କହିବା ଅନୁସାରେ, ଏହି ଷ୍ଟାଡିୟମ ନିର୍ମାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଥିଲା ।
  • ଏହି ଷ୍ଟାଡିୟମର ନାମ ପ୍ରଥମେ ଗୁଜୁରାଟ ଷ୍ଟାଡିୟମ ରହିଥିଲା । ପରେ ଏହାକୁ ପରିବର୍ତ୍ତନ କରାଯାଇ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଷ୍ଟାଡିୟମ କରାଯାଇଥିଲା ।
  • ବିସିସିଆଇର ଦାବି ଅନୁସାରେ ଏହା ବିଶ୍ବର ସର୍ବବୃହତ ଷ୍ଟାଡିୟମ । ଯାହାର ଦର୍ଶକ ବସିବା କ୍ଷମତା ମେଲବର୍ଣ୍ଣଠାରୁ 10ହଜରା ଅଧିକ ।
  • ମାତ୍ର ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏହା ବିଶ୍ବର 2ୟ ବୃହତମ ଷ୍ଟାଡିୟମ ହେଉଛି ମୋଟେରା । କାରଣ କୋରିଆରେ ଅବସ୍ଥିତ ‘ରୁନଗ୍ରଡୋ ମେ ଡେ’ ଷ୍ଟାଡିୟମ ବିଶ୍ବର ପ୍ରଥମ ବୃହତ ଷ୍ଟାଡିୟମ । ଯାହାର ଦର୍ଶକ ବସିବା କ୍ଷମତା 1.14 ଲକ୍ଷ ।

ଷ୍ଟାଡିୟମର ରୂପରେଖ-

ମୋଟେରା ଷ୍ଟାଡିୟମ
  • ଏହି ଷ୍ଟାଡିୟମ 63 ଏକର ଜମିରେ ନିର୍ମିତ ହୋଇଛି । ନିର୍ମାଣ କାର୍ଯ୍ୟରେ ଏବେ ସୁଦ୍ଧା 100 ମିଲିୟନ ଡଲାର ଖର୍ଚ୍ଚ ହୋଇସାରିଲାଣି । ଏଥିରେ 3ଟି ପ୍ରବେଶ ଦ୍ବାର ରହିଛି ।
  • ଏହି ଷ୍ଟାଡିୟମ ପରିସରରେ 3 ହଜାରରୁ ଅଧିକ କାର ଏବଂ 10 ହଜାର ଦୁଇ ଚକିଆ ବାହନ ପାର୍କିଂ କରାଯାଇ ପାରିବ ।
  • ଷ୍ଟାଡିୟମରେ ପ୍ରାୟ 60 ହଜାର ଲୋକ ଏକା ସାଥିରେ ଯିବା ଆସିବା କରିବା ପାଇଁ ବିଶାଳ ରାମ୍ପ ପ୍ରସ୍ତୁତ କରାଯାଇଛି ।
  • ମୋଟେରା ଷ୍ଟାଡିୟମକୁ ଯିବା ପାଇଁ ମେଟ୍ରୋର ସୁବିଧା ମଧ୍ୟ ରହିଛି ।
  • ତେବେ ଏହି ଷ୍ଟାଡିୟମ ଏପରି ଭାବେ ନିର୍ମାଣ କରାଯାଇଛି ଯେ, ଜଣେ ଦର୍ଶକ କେଉଁ ସ୍ଥାନରେ ବସିଲେ ମଧ୍ୟ ସ୍ପଷ୍ଟ ଭାବେ ମ୍ୟାଚ ଦେଖି ପାରିବ ।
  • ଏହି ଷ୍ଟାଡିୟମର ଛାତରେ ଏଲିଡି ଲାଇଟ ଲାଗିଛି । ସେହିପରି ଷ୍ଟାଡିୟମରେ ଫ୍ଲଡ ଲାଇଟ ଲାଗିଛି । ମାତ୍ର ଏହି ଫଲ୍ଡ ଲାଇଟ୍‌ ଏତେ ଉଚ୍ଚରେ ଲାଗିଛି ଯେ, ଏହାର ଛାଇ ପଡିଆରେ ଥିବା ଖେଳାଳିଙ୍କ ଉପରକୁ ପଡିବା ନାହିଁ ।
  • ଏହି ଷ୍ଟାଡିୟମ ଏପରି ନିର୍ମାଣ କରାଯାଇଛି ଯେ, ବାତ୍ୟା, ଭୂକମ୍ପ ଭଳି ଜରୁରୀକାଳିନ ପରିସ୍ଥିତିରେ ଏହାର କୌଣସି କ୍ଷତି ହେବ ନାହିଁ ।

ସୁବିଧା ଓ ବ୍ୟବସ୍ଥା-

  • ଏହି ଷ୍ଟାଡିୟମରେ ପ୍ରମୁଖ ଗ୍ରାଉଣ୍ଡ ଛଡା ଆହୁରି ଦୁଇଟି କ୍ରିକେଟ ଗ୍ରାଉଣ୍ଡ ରହିଛି । ଏତ୍‌ବ୍ୟତିତ ଏଥିରେ 75ଟି ଏୟାରକଣ୍ଡିସନ କରପୋରେଟ ବକ୍ସ ଓ କ୍ଲବ ରହିଛି ।
  • ଏହି ଷ୍ଟାଡିୟମରେ ଏକ ଖେଳାଳି ମାନଙ୍କ ମନୋରଞ୍ଜନ ପାଇଁ ଅଲମ୍ପିକ ପ୍ରତିଯୋଗିତା ଭଳି ଏକ ସ୍ବିମିଂ ପୁଲ ରହିଛି ।
  • ସେହିପରି 4ଟି ଡ୍ରେସିଂ ରୁମ ଓ ଟିମ ବୈଠକ ପାଇଁ ଅଲହା ଅଲଗା ପ୍ରକୋଷ୍ଟ ରହିଛି । ଏହା ବ୍ୟତୀତ ଷ୍ଟାଡିୟମରେ ଅତ୍ୟାଧୁନିକ ଡ୍ରେସିଂ ରୁମ, ଫୁଡ କୋର୍ଟ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ରହିଛି ।
  • ଏହି ଷ୍ଟାଡିୟମରେ ରେଷ୍ଟୋରାଣ୍ଟ, ଜିମ ଓ ପାର୍ଟି ହାଉସ ମଧ୍ୟ ରହିଛି ।

ଷ୍ଟାଡିୟମର ଇତିହାସ-

  • ତେବେ ସ୍ବାଧିନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଦେହାନ୍ତ ପରେ ତାଙ୍କ ସୃତିରେ ଏହି ସ୍ଥାନରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । 1982 ମସିହାରେ ସାବରମତୀ ନଦୀ କୂଳରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ 100 ଜମି ପ୍ରଦାନ କରଥିଲା ଗୁଜୁରାଟ ଆସୋସସିଏସନ ।
  • ତେବେ ପୁରାଣା ଷ୍ଟାଡିୟମକୁ ଭାଙ୍ଗିବାରେ କେବଳ 8 ବିଲିୟିନ ଡଲାର ଲାଗିଥିବା ସୂଚନା ମିଳିଛି ।
  • ପୁରୁଣା ଷ୍ଟାଡିୟମର ଡିଜାଇନ ଆର୍କିଟେକ୍‌ ଶଶୀ ପ୍ରଭୁ ପ୍ରସ୍ତୁତ କରିଥିଲେ । ଯାହା କି କେବଳ 9 ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତି ହୋଇଥିଲା । ଏହି ଷ୍ଟାଡିୟମ 2006 ଚମ୍ପିଆନ୍ସ ଟ୍ରଫିର ମୁକସାଖୀ ରହିଥିଲା ।
  • 1984 ମସିହାରେ ଏହି ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଥିଲା ଅଷ୍ଟ୍ରେଲିଆ ।
  • ତେବେ 2011 ବିଶ୍ବକପରେ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା ଭାରତ । ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏଠାରେ ତାଙ୍କ କ୍ରିକେଟ କ୍ୟାରିଅରର ଅନ୍ୟତମ ସଫଳ ପାଳି ଖେଳିଥିଲେ ।

    ଷ୍ଟାଡିୟମରେ ବନିଥିବା ରେକର୍ଡ

ଷ୍ଟାଡିୟମରେ ବନିଥିବା ରେକର୍ଡ-

  • ଏହି ଷ୍ଟାଡିୟମରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ତାଙ୍କ କ୍ୟାରିଅରର 10ହଜାର ରନ ପୂରଣ କରିଥିଲେ ।
  • ସେହିପରି ଏହି ଷ୍ଟାଡିୟମରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ତାଙ୍କ କ୍ରିକେଟ କ୍ୟାରିଅରର ସର୍ବାଧିକ ୱିକେଟ ହାସଲ କରିଥିଲେ । ୱେଷ୍ଟଇଣ୍ଡଜ୍‌ ବିପକ୍ଷ ମ୍ୟାଚରେ ଗୋଟେଏ ଇଂନିସରେ ସର୍ବାଧିକ 9 ୱିକେଟ ଅକ୍ତିଆର କରିଥିଲେ ଏହି ଷ୍ଟାଡିୟମରେ ।

  • କ୍ରିକେଟ ଭଗବାନ ସଚିନ ତେନ୍ଦୁଲକର ଏହି ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ଦ୍ବିଶତକ ମାରିଥିଲେ । 1999 ମସିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଥିଲା ।
  • ସେହିପରି ଏହି ଷ୍ଟାଡିୟମରେ ସଚିନ ନିଜର 18ହଜାର ରନ ପୂରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.