ETV Bharat / sports

ମୋଟେରା ପିଚ୍‌କୁ ଆଇସିସିର 'ଆଭରେଜ ରେଟିଂ' - average rating

ପିଙ୍କ୍‌ ବଲ ଟେଷ୍ଟକୁ 10 ୱିକେଟରେ ଜିତି ନେଇଥିଲା ଭାରତ। ବଲ୍‌ ଅଧିକ ଟର୍ଣ୍ଣ ହେବା କାରଣରୁ ଉଭୟ ଟିମ 150 ରନ ପାର୍‌ କରିପାରିନଥିଲେ । ଭାରତ ଉଭୟ ଇଂନିସରେ 145 ଓ 49 ରନ କରିଥିଲା ଓ ଇଂଲଣ୍ଡ, ଅକ୍ଷର ପଟେଲଙ୍କୁ ସାମ୍ନା କରିନପାରି ଉଭୟ ଇଂନିସରେ ଯଥାକ୍ରମେ 112 ଓ 81 ରନ କରିପାରିଥିଲା । ଅଧିକ ପଢନ୍ତୁ...

Motera pitch given "average rating" by ICC
ମୋଟେରା ପିଚ୍‌କୁ ଆଇସିସିର 'ଆଭରେଜ ରେଟିଂ'
author img

By

Published : Mar 15, 2021, 3:54 PM IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ନିକଟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ପିଚ୍କୁ‌ ମିଳିଲା ଆଇସିସି ମୋହର । ଦୁଇଦିନ ମଧ୍ୟରେ ମ୍ୟାଚ ଶେଷ ହୋଇଯିବାପରେ ପିଚ୍‌କୁ ନେଇ ବିବାଦ ଦେଖାଦେଇଥିଲା ।

''ନିୟମ ଓ ନିୟମାବଳୀ'' ପୃଷ୍ଠାରେ ଅପଡେଟ୍‌ କରିବା ସହ ଆଇସିସି ନିକଟରେ ଖେଳାଯାଇଥିବା ସମସ୍ତ ମ୍ୟାଚର ପିଚ୍‌କୁ ରେଟିଂ ପ୍ରଦାନ କରିଛି । ଏଥିରେ ତୃତୀୟ ଟେଷ୍ଟ ଖେଳାଯାଇଥିବା ମୋଟେରା ପିଚ୍‌କୁ ''ଆଭରେଜ''(ସାଧାରଣ) ଓ ଶେଷ ଟେଷ୍ଟକୁ ''ଗୁଡ୍‌''(ଉତ୍ତମ) ବୋଲି ଦର୍ଶାଯାଇଛି । ପ୍ରଥମ ଟି20 ମ୍ୟାଚ ଖେଳାଯାଇଥିବା ପିଚ୍‌କୁ ''ଭେରୀ ଗୁଡ୍‌''(ଅତି ଉତ୍ତମ) ରେଟିଂ ମିଳିଛି ।

ଅନ୍ୟପଟେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପିଚ୍‌କୁ ମଧ୍ୟ ''ଆଭରେଜ'' ରେଟିଂ ମିଳିଛି ।

ପିଙ୍କ୍‌ ବଲ ଟେଷ୍ଟକୁ 10 ୱିକେଟରେ ଜିତିନେଇଥିଲା ଭାରତ। ବଲ୍‌ ଅଧିକ ଟର୍ଣ୍ଣ ହେବା କାରଣରୁ ଉଭୟ ଟିମ 150 ରନ ପାର୍‌ କରିପାରିନଥିଲେ ।

ଭାରତ ଉଭୟ ଇଂନିସରେ 145 ଓ 49 ରନ କରିଥିଲା ଓ ଇଂଲଣ୍ଡ ଅକ୍ଷର ପଟେଲଙ୍କୁ ସାମ୍ନା କରିନପାରି ଉଭୟ ଇଂନିସରେ ଯଥାକ୍ରମେ 112 ଓ 81 ରନ କରିପାରିଥିଲା ।

ଏହାପରେ ପିଚ୍‌କୁ ସମାଲୋଚନା ଆରମ୍ଭ ହୋଇଯାଇଥିଲା ଓ ଭାରତ ଏଭଳି ପିଚ୍‌ ପ୍ରସ୍ତୁତ କରିବା ଦ୍ବାରା ଟେଷ୍ଟ କ୍ରିକେଟର ମାନ କମ୍‌ ହୋଇଛି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଖେଳାଳିଙ୍କ ଠାରୁ ନେଇ ପୂର୍ବତନ ଖେଳାଳି, କମେଣ୍ଟଟର, ଫ୍ୟାନ୍ସ ସମସ୍ତଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଭାରତ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 3-1ରେ ବିଜୟୀ ହେବାସହ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.